ରାସ୍ତା ନିର୍ମାଣରେ ଅନିୟମିତତା, ତଦନ୍ତ ଦାବି
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ବରହମପୁର ନିକଟ ଗୋପୀ ଛକ ଠାରେ ନିର୍ମାଣାଧୀନ ରାସ୍ତା କାମକୁ ନେଇ ବଢୁଛି ଜନ ଅସନ୍ତୋଷ । ଗୋପୀ ଛକ ରାସ୍ତ କାର୍ଯ୍ୟ ଚାଲିଥିବାବେଳେ ଦୁଇ ପାଖରେ ଡ୍ରେନ ଓ କଲର୍ଭଟ ପରେ ଏବେ ଗାତ ଫିଲିଂ ପାଇଁ ବାଲି ବଦଳରେ ପଙ୍କୁଆ ମାଟି ଫିଲିଂ କରାଯିବାରୁ ରାସ୍ତାର ସ୍ଥାୟୀତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ ପାଇଁ ସାଧାରଣରେ ଦାବି କରାଯାଇଛି ।
ପ୍ରକାଶ ଯେ, ବରହମପୁର ନିକଟ ଗୋପୀ ଛକ ଠାରେ ନିର୍ମାଣ ହେଉଥିବା ରାସ୍ତା କାମ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପାଖାପାଖି ୩୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏବେ ଦୁଇ ପାଖରେ ଡ୍ରେନ୍ କଲର୍ଭଟ କାମ ଶେଷ ହୋଇଥିବା ବେଳେ ଫାଉଣ୍ଡେସନ କାମରେ ବ୍ୟବହାର ହେଉଥିବା ପଙ୍କୁଆ ମାଟି ଗଭୀର ପାଖାପାଖି ଦେଢ ଫୁଟର ଗାତ ଭର୍ତ୍ତି ପାଇଁ ଠିକାଦାର ପଙ୍କୁଆ ମାଟି ବ୍ୟବହାର କରୁଛନ୍ତି । ଫଳରେ ଅଳ୍ପ ଦିନ ମଧ୍ୟରେ ରାସ୍ତା ତଳି ଫାଟିବାର ଆଶଙ୍କା ଦେଖାଦେଇଛି । ଏହି ରାସ୍ତା ନେଇ ଲୋକଙ୍କ ମନରେ ଅନେକ ଆଶା ଥିଲା । ଗମନାଗମନରୁ ନେଇ ସମସ୍ତ ପ୍ରକାରର ଯାତାୟାତ ସୁବିଧା ହୋଇପାରିବ । ହେଲେ ଲୋକଙ୍କ ଆଶା ଏବେ ମଉଳିବାରେ ଲାଗିଛି । ନିମ୍ନମାନର କାମ ହେଉଥିବା ବେଳେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାର ଅଭିଯୋଗ କରିଛନ୍ତି ଲୋକେ । ରାସ୍ତା କାମ ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ ଉଠିଥିବା ଥିବା ବେଳେ କାହା ନିଦେ୍ର୍ଦଶରେ ଏଭଳି ବେପରୁଆ କାର୍ଯ୍ୟ କରାଯାଇଛି ତାହା ସାଧାରଣ ଲୋକଙ୍କୁ ବ୍ୟଥିତ କରିଛି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ପୂର୍ତ୍ତ ବିଭାଗର ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କୁ ପଚାରିବାରୁ ପଙ୍କୁଆ ମାଟି ପଡିଥିବା ସେ ମାନିଥିବା ବେଳେ ଏହି ପଙ୍କୁଆ ମାଟିକୁ ଉଠାଇ ଦେବେ ବୋଲି କହିଥିଲେ ।