କଳାହାଣ୍ଡି ଲୋକସଭା ଆସନ

ଭୁବନେଶ୍ୱର:  ଆସନ୍ତାକାଲି ଅର୍ଥାତ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ମତଦାନ ହେବ ।

ଦକ୍ଷିଣ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଆସନ କଳାହାଣ୍ଡିରେ ବିଜୟୀ ହୋଇଥିଲା ବିଜେପି । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପରାସ୍ତ କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ସାଂସଦ ହୋଇଥିଲେ । ହେଲେ ଚଳିତଥର ତାଙ୍କୁ ଦଳ ଆଉ ପ୍ରାର୍ଥୀ କରିନି । ବସନ୍ତଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ମାଳବିକା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ବିଜେଡି ମଧ୍ୟ ପୁଷ୍ପେନ୍ଦ୍ରଙ୍କୁ ରିପିଟ୍ କରିବାକୁ ଉଚିତ ଭାବିନି । ତାଙ୍କ ସ୍ଥାନରେ ଲମ୍ବୋଦର ନିଆଲଙ୍କୁ ଶଙ୍ଖ ଟିକଟ ମିଳିଛି । ମହିଳା ଚେହେରା ଦ୍ରୌପଦୀ ମାଝି କଂଗ୍ରେସ ଟିକଟରେ ମଇଦାନରେ ଲଢୁଛନ୍ତି ।