ଧର୍ମେଶ ପାଇଲେ ଗୁରୁ ଆଚାର୍ଯ୍ୟ ସମ୍ମାନ
ନୂଆପଡା: ନୂଆପଡ଼ା ଜିଲ୍ଲା ଖଡିଆଳ ସହରର ଧର୍ମେଶ ଡ୍ୟାନ୍ସ ଏକାଡେମୀର ନିଦେ୍ର୍ଦଶକ ଧର୍ମେଶ ମେହେରଙ୍କୁ ମିଳିଲା ଆଉ ଏକ ସମ୍ମାନ । ଡିସେମ୍ବର ମାସ ୨୪ରୁ ୩୦ଦୁର୍ଗ ରାୟପୁରରେ ଚାଲିଥିବା ନାଟ୍ୟ ନର୍ତାନ ଡେନ୍ସ ଫେଷ୍ଟିଭାଲରେ ଧର୍ମଶଙ୍କୁ ଏହି ସମ୍ମାନ ମିଳିଛି । ଧର୍ମେଶ ଜଣେ ଓଡ଼ିଶାରେ ଜଣାଶୁଣା ନୃତ୍ୟ ଗୁରୁ, କରାଟେ ଗୁରୁ ଏବଂ ଜୁମ୍ବା ଟ୍ରେନର ହୋଇଥିବାରୁ ସେ ବିଭିନ୍ନ ବଡ଼ ବଡ଼ ଟିଭି ସୋରେ ଯୋଗଦେଇ ସଫଳତା ଅର୍ଜନ କରିଛନ୍ତି । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବିଭିନ୍ନ ଅନୁଷ୍ଠାନକୁ ଯାଇ ନୃତ୍ୟ ଓ କରାଟେ ଶିକ୍ଷା ଦେଇଥାନ୍ତି । ତେଣୁ ସେ ଜଣେ ନୂଆପଡା ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ବୋଲି ସବୁବେଳେ ସାଧାରଣରେ ଚର୍ଚ୍ଚା ହୋଇଥାଏ । ଧର୍ମେଶ ନିଜ ଅଞ୍ଚଳର ଛାତ୍ର,ଛାତ୍ରୀଙ୍କୁ ଆଗକୁ ବଢେଇବାର ପ୍ରୟାସ ପାଇଁ ସବୁବେଳେ ଜନ ମାନସରେ ପ୍ରଶଂସା ପାଇଛନ୍ତି ।