+୨ ପରୀକ୍ଷାରେ ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର ନରେନ୍ଦ୍ର କୁମାର ପରିଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ପରୀକ୍ଷାର ସଫଳ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି । ସରକାରଙ୍କ ପକ୍ଷରୁ ନରେନ୍ଦ୍ର କୁମାର ଉଚ୍ଚ ବିଦ୍ୟାପୀଠକୁ ୨୦୨୩ ମସିହାରେ ଅପଗ୍ରେଡ କରାଯାଇ +୨ କଳା ଷ୍ଟ୍ରିମରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ଅନୁମୋଦିତ ୧୨୮ ସିଟ୍ ମଧ୍ୟରୁ ୧୦୧ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ସେମାନଙ୍କ ମଧ୍ୟରୁ ୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରି ପ୍ରଥମ ବ୍ୟାଚ ପରୀକ୍ଷା ଦେଇଥିଲେ । ଅତିଥି ଅଧ୍ୟାପକମାନଙ୍କ ଦ୍ୱାରା ଉଚ୍ଚ ବିଦ୍ୟାଳୟର କ୍ଷୁଦ୍ର ଶ୍ରେଣୀ କୋଠରୀରେ ଶିକ୍ଷାଦାନ ହୋଇଥିଲା । ଅବ୍ୟବସ୍ଥା ସତ୍ତ୍ୱେ ମୋଟ ୮୪ ଜଣ ପରୀକ୍ଷାର୍ଥୀମାନଙ୍କ ମଧ୍ୟରୁ ୮୦ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନୁପମା ନାୟକ, ମୋନାଲିସା ନାଥ, ହରପ୍ରିୟା ସ୍ୱାଇଁ, ମନିଷା ଦତ୍ତ, ଗଣେଶ କୁମାର ରାଉତ, ପ୍ରତ୍ୟଷା ପ୍ରିୟଦର୍ଶନୀ ଦାସ, ଚିନ୍ମୟ ବଳ, ସୁଚିସ୍ମୀତା ରାଉତ, ରେହାନ ରାଜା, ରଞ୍ଜନ କୁମାର ସେଠୀ, ସ୍ୱାଗତ ମହାନ୍ତି ଓ ଶୁଭସ୍ମୀତା ନାୟକ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଭବିଷ୍ୟତ ଜୀବନ ପାଇଁ ପ୍ରେରଣା ଦିଆଯାଇଥିଲା । ଭାରପ୍ରାପ୍ତ ଅଧ୍ୟକ୍ଷ ସମୀର କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାରେ ଅତିଥି ଅଧ୍ୟାପକ ଅନାଦି ଚରଣ ସାହୁ, ଶ୍ୟାମାଶଙ୍କର ଦାଶ, ଶତ୍ରୁଘ୍ନ ବେହୁରିଆ, ରବିନ୍ଦ୍ର କୁମାର ପାଢୀ, ମିନତୀ ଓଝା, ଜ୍ୟୋତି ପ୍ରକାଶ ସ୍ୱାଇଁ, ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ, ଶରତ ଚନ୍ଦ୍ର ଥାଟୋଇ, ଶିକ୍ଷୟତ୍ରୀ ରିତାଞ୍ଜଳୀ ମହାନ୍ତି, ଶିକ୍ଷାକର୍ମଚାରୀ ଶରତ ମହାରଣା ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ, କଲମ ଆଦି ପ୍ରଦାନ କରି ଏକନିଷ୍ଠ ଭାବେ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।