ଆଜି ନବୀନଙ୍କ ଅସ୍ତ୍ରୋପଚାର

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଆଜି ତାଙ୍କ ଅସ୍ତ୍ରୋପଚାର । ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର କରାଯିବ। ତେଣୁ ନବୀନଙ୍କ ସଫଳ ଅସ୍ତ୍ରୋପଚାର ସହ ଆଶୁ ଆରୋଗ୍ୟ କରିଛନ୍ତି କଟକ ଓ ଭୁବନେଶ୍ବରରେ ଥିବା ତାଙ୍କ ପ୍ରଶଂସକ, ଦଳୀୟ ନେତା ଏବଂ ଶୁଭେଛୁ। ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଛି ବିଜେଡି। ଦଳୀୟ ବିଧାୟକ ଏବଂ ନେତା ଉପସ୍ଥିତ ରହି ଦୀପଦାନ ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ପୂଜାର୍ଚ୍ଚନା ହେବ ବୋଲି କହିଛନ୍ତ ବିଜେଡି ନେତା। ସେହିପରି କଟକ ଗଡ଼ଗଡ଼ିଆ ମନ୍ଦିରରେ ମଧ୍ୟ ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଛି। ସର୍ଭିକାଲ ଆର୍ଥ୍ରାଇଟିସ ସମସ୍ୟାର ଚିକିତ୍ସା ପାଇଁ ଭୁବନେଶ୍ବରରୁ ମୁମ୍ବାଇ ଯାଇଛନ୍ତି ନବୀନ। ସେ ସୁସ୍ଥ ହୋଇ ଫେରନ୍ତୁ ଓ ପ୍ରଭୁଙ୍କର ଦର୍ଶନ କରନ୍ତୁ ବୋଲି ଆମ ସମସ୍ତଙ୍କ ପ୍ରାର୍ଥନା ବୋଲି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ଅଶୋକ ପଣ୍ଡା କହିଛନ୍ତି।