୪ ବିଜେଡ଼ି ବିଧାୟକଙ୍କୁ ନୋଟିସ୍‌

୪ ବିଜେଡ଼ି ବିଧାୟକଙ୍କୁ ନୋଟିସ୍‌


ଭୁବନେଶ୍ୱର : ବିଜେଡ଼ିର ୪ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି  । ବିଧାନସଭା ସଚିବାଳୟ ପକ୍ଷରୁ ନୋଟିସ ଦିଆଯାଇଛି  । ସେମାନଙ୍କ ବିଧାୟକ ପଦ କାହିଁକି ରଦ୍ଦ ନହେବ ସେନେଇ କାରଣ ଦର୍ଶାଇବାକୁ କୁହାଯାଇଛି  । ବିଜେଡ଼ି ବିଧାୟକ ସମୀର ରଞ୍ଜନ ଦାସ, ସୀମାରାଣୀ ନାୟକ, ରମେଶ ଚନ୍ଦ୍ର ସାଏ ଓ ପର୍ଶୁରାମ ଧଡ଼ାଙ୍କୁ ନୋଟିସ ହୋଇଛି  । ଟିକେଟ ନମିଳିବା ପରେ ଏହି ୪ ନେତା ଦଳ ଛାଡ଼ିବା ସହ ବିଜେପିରେ ଯୋଗ ଦେଇଥିଲେ  । ସୀମାରାଣୀ ଓ ପର୍ଶୁରାମ ଏବେ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି  । ଜୁନ୍‌ ୪ରେ କିଏ ନୂଆ ବିଧାୟକ ହେବେ ତାହା ସ୍ପଷ୍ଟ ହେବ  । ଫଳରେ ଏହି ନେତାଙ୍କ ପଦ ଗଲେ ବି ବିଶେଷ ସମସ୍ୟା ହେବନାହିଁ  । ତେବେ ବିଧାୟକ ହିସାବରେ ମିଳୁଥିବା ଦରମା ଓ ଅନ୍ୟାନ୍ୟ ବ୍ୟବସ୍ଥାରୁ ସେମାନେ ବଞ୍ଚିତ ହେବେ  ।