ସମସ୍ତଙ୍କୁ ମିଳବ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ‘ସୁଭଦ୍ରା’ ପ୍ରସଙ୍ଗକୁ ନେଇ ବିଜେଡିକୁ କାଉଣ୍ଟର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ରାଜ୍ୟରେ ୨୧ରୁ ୬୦ ବୟସ୍କ ମହିଳାଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ। ସ୍ବଚ୍ଛଳ ବର୍ଗଙ୍କୁ ଛାଡ଼ିଦେଲେ ୨୧ରୁ ୬୦ ବର୍ଷର ମହିଳାଙ୍କ ସଂଖ୍ୟା ପାଖାପାଖି ୧ କୋଟି। ୧ କୋଟି ୮ ଲକ୍ଷ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରାଯିବ। ଯଦି ଆଉ କିଛି ମହିଳା ପାଇବେନି ବୋଲି ବିଜେଡି ଅନୁଭବ କରେ, ମୋତେ ଚିଠା ପଠେଇବେ, ମୁଁ ସମସ୍ତଙ୍କୁ ଦେବି ବୋଲି ପରିଡ଼ା କହିଛନ୍ତି। ଲଲିପପ ଦେଖାଉଥିବା ଲୋକଙ୍କୁ ଲଲିପପ ଦେଖାଯାଏ। ହେଲେ ବିଜେପି ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୃଢ଼ଉକ୍ତି ପ୍ରକାଶ କରିଛନ୍ତି।