ତିନି ପ୍ରମୁଖ ଦଳର ଜୋରଦାର ଲଢ଼େଇ

ବନ୍ତରୁ ରମେଶ ଚନ୍ଦ୍ର ପତି :
ଏଥର ବହୁ ଚର୍ଚ୍ଚିତ ବିଧାନସଭା ଆସନ ଭଣ୍ଡାରିପୋଖରୀ ମଇଦାନରେ ୧୩ ଜଣ ପ୍ରାର୍ଥୀ । ବିଜେଡି, ବିଜେପି, କଂଗ୍ରେସ, ବିଏସ୍ପି, ଏସ୍ୟୁସିଆଇ ସହ ବିଭିନ୍ନ ଆଞ୍ଚଳିନ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ଅଛନ୍ତି । କଂଗ୍ରେସରୁ ନିରଞ୍ଜନ ପଟ୍ଟନାୟକ, ବିଜେଡିରୁ ସଂଜୀବ ମଲ୍ଲିକ, ବିଜେପିରୁ ପ୍ରାକ୍ତନ ପ୍ରାଧ୍ୟାପକ ତଥା ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ପ୍ରାର୍ଥୀ ହୋଇଥିବା ବେଳେ ଦେବାଶିଷ ପାଣିଗ୍ରାହୀ ଆମ ଆଦମୀ ପାର୍ଟି, ମନୋଜ ଜେନା ବିଏସ୍ପି, ଦିଗମ୍ବର ସ୍ୱାଇଁ ଏସ୍ୟୁସିଆଇ, ନରହରି ସାହୁ ଏନ୍ଏସପି, ନିରୁପମା ଦାସ କୃପା ପାର୍ଟି, ବିଜୟ ମଲ୍ଲିକ ଓଜେପି ଏବଂ ସ୍ୱାଧୀନ ଭାବେ ଉକôଳ କେଶରୀ ବିଶ୍ୱାଳ, ପ୍ରଶାନ୍ତ ବେହେରା, ସତ୍ୟରଞ୍ଜନ ଯେନା ଓ ସନ୍ତୋଷ ପଲାଇ ପ୍ରମୁଖ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଥର ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତା କରୁଥିଲେ ସୁଦ୍ଧା ନିରଞ୍ଜନ, ସଞ୍ଜୀବ ଓ ସୁଧାଂଶୁ ମଧ୍ୟରେ ଲଢେଇ ଜୋରଦାର ହେଉଛି ।
 ଭଦ୍ରକ ବିଧାୟକ ସଞ୍ଜବ ମଲ୍ଲିକ ଏଥର ଭଣ୍ଡାରିପୋଖରୀରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ତେଣୁ ଗତଥର ଭଳି ଏଥର ମଧ୍ୟ ଭଣ୍ଡାରିପୋଖରୀରୁ ଗଡକୁ ବଞ୍ଚାଇବା ପାଇ କସରତ୍ କରୁଛନ୍ତି । ଏହି ସ୍ଥାନରୁ ତେବେ ଦ୍ୱିତୀୟ ଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପ୍ରାକ୍ତନ ମନ୍ତ୍ରୀ ତଥା ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୂର୍ବଥର ନିର୍ବାଚନମଣ୍ଡଳୀକୁ ମାତ୍ର ୨ଥର ଆସି କମ୍ ବ୍ୟବଧାନ ଭୋଟରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପାଖରୁ ପରାଜିତ ହୋଇଥିଲେ । କିନ୍ତୁ ଏଥର ତାଙ୍କ ସପକ୍ଷରେ ଜନମତ ଆସିପାରେ ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି । କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ପୂର୍ବ ପୁରୁଷ ବନ୍ତ ଚାଇପୁରରେ ରହୁଥିଲେ । ଏହି ସ୍ଥାନରେ ତାଙ୍କ ନାମରେ ମଧ୍ୟ ଏକ ବିଦ୍ୟାଳୟ ଅଛି ସେଥିପାଇଁ ସେ ମାଟି ମା ସେବା କରିବା ପାଇଁ କର୍ମୀମାନଙ୍କୁ ତୃଣମୂଳ ସ୍ତରରୁ ଏକଜୁଟ କରି ଏକ ନୂତନ ସମୀକରଣ ସୃଷ୍ଟି କରିବା ସହ ବିଜେଡ଼ି ଓ ବିଜେପି ଉଭୟଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ସେହିପରି ପ୍ରାକ୍ତନ ପ୍ରାଧ୍ୟାପକ ତଥା ବିଶିଷ୍ଟ ନାଟ୍ୟକାର ଡ.ସୁଧାଂଶୁ ଶେଖର ନାୟକ ପ୍ରଥମ ଥରପାଇଁ ବିଜେପି ଦଳର ମଙ୍ଗଧରି ବିଭିନ୍ନ ସ୍ଥାନରେ କର୍ମୀଙ୍କୁ ଏକାଠି କରି ଜିତିବା ପାଇଁ ତତ୍ପର ଓ ୧୩ ପ୍ରାର୍ଥୀଙ୍କ ମଧ୍ୟରୁ ନିରଞ୍ଜନ ପଟ୍ଟନାୟକ, ଏସ୍ୟୁସିଆଇର ଦିଗମ୍ବର ସ୍ୱାଇଁଙ୍କୁ ଛାଡ଼ି ଦେଲେ ଅନ୍ୟ ୧୦ ଜଣ ପ୍ରାର୍ଥୀ ପ୍ରଥମ ଥର ପାଇଁ ଉକ୍ତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ଯଦିଓ ବିଜେଡି ପ୍ରାର୍ଥୀ ସଞ୍ଜୀବଙ୍କ ପାଇଁ ଏହା ଦ୍ୱିତୀୟ ନିର୍ବାଚନ କିନ୍ତୁ ସେ ଭଣ୍ଡାରିପୋଖରୀରେ ପ୍ରଥମ । ଆଉ ମାତ୍ର କେତେ ଦିନ ପରେ ସାଧାରଣ ନିର୍ବାଚନ ତିନି ଦଳର ଲଢେଇ ଭିତରେ କିଏ ବାଜି ମାରିବ ଦେଖିବାକୁ ବାକି ରହିଲା । ବିଜେଡି ତାର ଗଡ ବଞ୍ଚାଇପାରିବକି ନାହିଁ, ଦେଖିବାକୁ ବାକିରହିଲା ଅନ୍ୟ ଦଳ ବାଜିମାରିବ ସମୟ କହିବ । ସ୍ୱାଧୀନ ପ୍ରାର୍ଥୀ ଉକôଳ କେଶରୀ ବିଶ୍ୱାଳ ଦୀର୍ଘ ୩ ବର୍ଷ ଧରି ଏହି ନିର୍ବାଚନରେ ସମାଜସେବା ରେ ନିଜକୁ ନିୟୋଜିତ ଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଅବତୀର୍ଣ୍ଣ ହୋଇଛନ୍ତି ସେ ମଧ୍ୟ ବିଭିନ୍ନ ଅଞ୍ଚଳ ବୋଲି ଭୋଟରଙ୍କ ମନଜିଣୁଛନ୍ତି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଏଥର ଏହି କିଏ ବିଜୟ ମୁକୁଟ ପିନ୍ଧିବ ୪ ତାରିଖ ଦିନ ଜଣା ପଡ଼ିବ ।