ହ୍ୟାଟି୍ରକ୍ ଲକ୍ଷ୍ୟରେ ବିଜେଡ଼ି, ଦୁଇ ଫାଳ ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବିଧାନସଭା କ୍ଷେତ୍ର ହେଉଛି ରାଜ୍ୟ ରାଜନୀତିର ଏକ ଚର୍ଚ୍ଚିତ ଆସନ । ଏହି ଆସନ ବିଜେଡ଼ିର ଏକ ଗଡ଼ କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହି ଆସନରୁ ଚାରି ଥରର ବିଧାୟକ ହେଉଛନ୍ତି ଅଶ୍ୱନୀ କୁମାର ପାତ୍ର । ପ୍ରଥମେ ସେ ୧୯୯୦ ମସିହାରେ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ତେବେ ୨୦୦୪ରେ ବିଜେପି ଲଢି ବିଧାୟକ ହୋଇଥିଲେ । ପୁନଶ୍ଚ ୨୦୧୪ ଓ ୨୦୧୯ ମସିହାରେ ସେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଚଳିତ ନିର୍ବାଚନରେ ପୁଣି ବିଜେଡି ଟିକେଟରୁ ଲଢି ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଅନ୍ୟପକ୍ଷରେ ବିଜେଡିରୁ ବହିଷ୍କୃତ ହୋଇଥିବା ବ୍ରଜ ମୋହନ ପ୍ରଧାନଙ୍କୁ ବିଜେପି ଟିକଟ୍ ଦେଇଛି । ତେବେ ବିଜେପି ଏଠାରେ ଫାଳ ଫାଳ ହେବାକୁ ଯାଉଥିବା ଆଲୋଚନ ହେଉଛି । ଜଲେଶ୍ୱର ବିଜେପିର ଅନ୍ୟତମ ଆଶାୟୀ ଜଲେଶ୍ୱର ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଜିଲ୍ଳା ଉପସଭାପତି ପ୍ରବୀର କୁମାର ପ୍ରଧାନ ଏବଂ ପୂର୍ବତନ ସରପଞ୍ଚ ପ୍ରତିନିଧି ବିନୋଦ କୁମାର ମହାନ୍ତି ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି । ବିଜେପିର ଅନ୍ୟତମ ଆଶାୟୀ ଜଳେଶ୍ୱରର ପୂର୍ବତନ ବିଧାୟକ ଜୟନାରୟଣ ମହାନ୍ତିଙ୍କ ପୁଅ ଦିବ୍ୟକାମ ମହାନ୍ତି ସ୍ୱାଧୀନ ଭାବେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଯାହାକି ବିଜେପିକୁ ଅଡୁଆରେ ପକାଇ ଦେଇଛି । ସେହିପରି କଂଗ୍ରେସର ସ୍ଥିତି ଏଠାରେ ଭଲ ନାହିଁ ।୨୦୦୯ ନିର୍ବାଚନରେ ଜଲେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ବିଧାୟକ ଭାବେ ବିଜୟୀ ହୋଇଥିଲେ । ତେବେ ଭୋଟ ବିଭାଜନ ପାଇଁ ଏଠାରେ ବିଜେଡିର ବିଜୟ ସମ୍ଭାବନା ଅଧିକା ରହିଥିବା ନେେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ।