5 ବର୍ଷରେ ବୃଦ୍ଧି ପାଇଛି 4 କୋଟିରୁ 7 କୋଟି ବିଧାୟକ ପ୍ରାର୍ଥୀଙ୍କ ସମ୍ପତ୍ତି

2024 ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର 103ଜଣ ବିଧାୟକ ପ୍ରାର୍ଥୀ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ 5 ବର୍ଷରେ 4 କୋଟିରୁ 7 କୋଟି ହୋଇଛି। ଅର୍ଥାତ୍ 73% ବୃଦ୍ଧି ପାଇଛି। ଏଥିରୁ ବିଜେଡିରୁ 74ଜଣ ପୁଣି ଥରେ ଟିକଟ ପାଇ ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କ ହାରାହାରି ସମ୍ପତ୍ତି 5 କୋଟିରୁ 8 କୋଟି ଅର୍ଥାତ୍ ପ୍ରାୟ 54 ପ୍ରତିଶତ ବଢ଼ିଛି। ସେହିଭଳି ବିଜେଡିର 88 ପ୍ରତିଶତ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ, ବିଜେପିର 65 ପ୍ରତିଶତ, କଂଗ୍ରେସର 61 ପ୍ରତିଶତ ଓ ଆପ୍‌ର 27 ପ୍ରତିଶତ କୋଟିପତି ପ୍ରାର୍ଥୀ ଅଛନ୍ତି।