‘ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି: ପ୍ରଧାନମନ୍ତ୍ରୀ ମୋଦି

‘ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି:  ପ୍ରଧାନମନ୍ତ୍ରୀ ମୋଦି

ମୟୂରଭଞ୍ଜର ବାରିପଦାରେ ପହଞ୍ଚି ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ବଡ଼ ଖୁଲାସା କରିଛନ୍ତି।

ମୋଦି କହିଛନ୍ତି, ‘ନବୀନଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ହୋଇଛି। ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ରହିଛି। ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ଭାଜପା ତା’ର ଖୁଲାସା କରିବ। ଏବେ ନବୀନ ବାବୁଙ୍କ ଶୁଭଚିନ୍ତକ ବହୁତ ଚିନ୍ତାରେ ଅଛନ୍ତି।
ଗତ ବର୍ଷକ ଭିତରେ ନବୀନ ବାବୁଙ୍କ ସ୍ବାସ୍ଥ୍ୟ ଏତେ ଖରାପ କେମିତି ହେଲା। ସେନେଇ ସବୁ କଥା ସାମ୍ନାକୁ ଆସିବ।

ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି ବୋଲି ପାଖ ଲୋକ କହୁଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ଷଡ଼ଯନ୍ତ୍ର ବି ହୋଇପାରେ ବୋଲି ଆଶଙ୍କା ରହୁଛି। ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି? ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି। ତେଣୁ ବିଜେପି ସରକାରକୁ ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ। ନବୀନଙ୍କ ଅଚାନକ କେମିତି ସ୍ବାସ୍ଥ୍ୟ ଖରାପ ହେଲା, ତା’ ନେଇ ଯାଞ୍ଚ କରାଯିବ ବୋଲି ମୋଦି କହିଛନ୍ତି।