ବିଜେପିର କର୍ମୀ ସମ୍ମିଳନୀ
ଜଗତସିଂହପୁର: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଅଳସୁଧା ପଞ୍ଚାୟତରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭାବେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାତି ସିଂ ଯୋଗଦେଇ ଥିବା ବେଳେ ସାମ୍ନାନିତ ଅତିଥିଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ଦିଲ୍ଲୀପ ଦାସ, ସରପଞ୍ଚ ଭ୍ରମରବର ସ୍ୱାଇଁ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ବେହେରା, ଦେବଦତ୍ତ ଦାସ,ବିଧାନ ସାହାଣୀ, ବାବୁ ବିଶ୍ୱାଳ, ପରମାନନ୍ଦ ଜେନା, ରବି ନାରାୟଣ ପଣ୍ଡା, ଶରତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ କିପରି ବିଜେପିର ବୃହତ ବିଜୟ ହେବ ସେ ସମ୍ପର୍କରେ ସମସ୍ତେ ବକ୍ତବ୍ୟ କରିଥିଲେ ।