‘ବିଜେପି ସରକାର ଆସିଲେ ଚାଷୀଙ୍କ ସାମଗ୍ରିକ ବିକାଶ ହେବ’

ଭୁବନେଶ୍ୱର,: ଓଡିଶାରେ ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଏ ପର୍ଯ୍ୟନ୍ତ ମିଳିଥିବା ଜନମତ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ବିଜେପି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବି·ଲିଛି । ଅପରପକ୍ଷେ ବିଜୁ ଜନତା ଦଳ ଉପରେ ଲୋକେ ଆଉ ଭରସା କରୁନାହାନ୍ତି । ୨୦୨୪ରେ ଭାରତୀୟ ଜନତା ପାର୍ଟିର ସରକାର ପ୍ରତିଷ୍ଠା ହେଲେ ପାନ,ଧାନ, ମୀନ ଓ ପଶୁପାଳନ ଭଳି ବିଭିନ୍ନ ·ଷୀଙ୍କ ସାମଗ୍ରିକ ବିକାଶ ପାଇଁ ଯେଉଁ ସବୁ ସଂକଳ୍ପ କରିଛି ତାହାକୁ ପୂରଣ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ରାଜ୍ୟ ମୁଖପାତ୍ର ପ୍ରଦୀପ ପୁରୋହିତ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକ ଦୀର୍ଘ ୨୫ ବର୍ଷ ହେବ ଓଡିଶାର ·ଷୀଙ୍କ ସହ ଅନେକ ବିଶ୍ୱାସଘାତ କରିଛନ୍ତି । ସେମାନଙ୍କ ଆୟ ବଢାଇବାକୁ ସକ୍ଷମ ହୋଇନାହାନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ·ଷୀଙ୍କ ଆୟ ସାରା ଭାରତରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ରାଜ୍ୟରେ ବିଜୁ ଜନତା ଦଳ ୧୦୦୦ଟି ନୂତନ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେଥିରୁ ମାତ୍ର ୩୬ ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୂର୍ବରୁ ଥିବା ୨୦୦ଟି ଶୀତଳ ଭଣ୍ଡାର ଏବେ ଅଚଳ ହୋଇଯାଇଛି । ଏହାଛଡ଼ା ଲୋୟର ସୁକତେଲ, ତେଲେଙ୍ଗିର, ମହେନ୍ଦ୍ରତନୟା, ବଂଶଧାରା ଅଙ୍ଗ, ଅପରଲଂଥ, ଲୋୟର ଲାଂଥ ଏବଂ ରେତ ଭଳି ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ଦଶନ୍ଧି ପୂର୍ବରୁ କାର୍ଯ୍ୟକ୍ଷମ ହେବାସତ୍ୱେ ଅସମ୍ପୂର୍ଣ୍ଣ ରହିଛି । ଅପରପକ୍ଷେ ଭାରତୀୟ ଜନତା ପାର୍ଟି ସରକାର ହେଲେ ସମସ୍ତ ·ଷୀଙ୍କ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ ୟ ସଂକଳ୍ପପତ୍ର ଘୋଷଣା କରାଯାଇଥିବା ପ୍ରତିଶ୍ରୁତିଗୁଡିକ କିଭଳି ପୂରଣ ହେବ ସେନେଇ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟି ସରକାର ହେଲେ ୫ ବର୍ଷରେ ·ଷୀଙ୍କ ଆୟ କିପରି ଦୁଇ ଗୁଣିତ ହେବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରି ଝୋଟ ·ଷ, ଚିନବାଦାମ୍ ·ଷକୁ ପ୍ରୋତ୍ସାହିତ କରାଯିବ । ଓଡ଼ିଶା ବଳଭଦ୍ର ·ଷ ମିଶନ ପ୍ରତିଷ୍ଠା କରି ଜୈବିକ ·ଷକୁ ପ୍ରୋତ୍ସାହନ କରାଯିବ । ଶ୍ରୀ ଅନ୍ନ ଅଭିଯାନ ଆରମ୍ଭ କରି ମିଲେଟ ଉତ୍ପାଦନ କରାଯିବ ସହ ଓଡ଼ିଶାକୁ ମିଲେଟ ହବରେ ପରିଣତ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।