୨୮ ୟୁନିଟ୍ ରକ୍ତ ସଂଗ୍ରହ

ଜଗତସିଂହପୁର: ଜଗତସିଂହପୁର ଜଗତସିଂହପୁର ଭେଷଜ ନିରୀକ୍ଷକ ମନସ୍ୱିନୀ ବିଶ୍ୱାଳଙ୍କ ଦ୍ୱାରା ଜଗତସିଂହପୁର କେମିଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ପୂର୍ବତନ ନଗରପାଳ ବିପ୍ଳବ ଚୌଧୁରୀ ଯୋଗଦେଇ ରକ୍ତଦାତା ଓ ଆୟୋଜକଙ୍କୁ ଉସôାହିତ କରିଥିଲେ । ଏଆଇଓସିଡିର ସଭାପତି ଜଗନ୍ନାଥ ସିନ୍ଧଙ୍କ ୭୫ ତମ ଜନ୍ମଦିନ ଅବସରରେ ସାରା ଭାରତ ବର୍ଷରେ ପ୍ରତ୍ୟେକ ରାଜ୍ୟର ପ୍ରତେକ ଜିଲ୍ଲାରେ ଗୋଟିଏ ସମୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇ ଏକ ବିରଳ ରେକର୍ଡ ସୃଷ୍ଟି କରାଯାଇଛି । ଉକôଳ କେମେଷ୍ଟି ଡ୍ରଗିଷ୍ଟ ଆସୋସିଏସନ ସହ ଅନୁବନ୍ଧିତ ଜଗତସିଂହପୁର କେମିଷ୍ଟି ଡ୍ରଗିଷ୍ଟ ଆସୋସିଏସନ ଭବନରେ ଆୟୋଜିତ ରକ୍ତଦାନ ଶିବିରରୁ ମୋଟ୍ ୨୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । କାର୍ଯ୍ୟକ୍ରମକୁ ଆସୋସିଏସନ ସଭାପତି ଶ୍ରୀକାନ୍ତ ସାହୁ, ସାଂଗଠନିକ ସମ୍ପାଦକ ବିଶ୍ୱଜିତ ସ୍ୱାଇଁ, ପିଆରଓ ଆଶିଷ ମହାପାତ୍ର, କୋଷାଧକ୍ଷ ପ୍ରଶାନ୍ତ ପାଲ, ସାରଦା ପ୍ରସାଦ ଶତପଥି, ରଶ୍ମି ରଞ୍ଜନ ଜେନା, ସୌମେନ୍ଦ୍ର ନାରାୟଣ ଖୁଣ୍ଟିଆ, ଶୁଭ ନାରାୟଣ ମିଶ୍ରଙ୍କ ସମେତ ଅନ୍ୟମାନେ ପ୍ରମୁଖ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ  ।