ଅମିତ ଶାହା କହିଲେ ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ?

ଅମିତ ଶାହା କହିଲେ  ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ?

ମୁମ୍ବାଇ:  ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଘଣ୍ଟି ବାଜି ସାରିଛି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରରେ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ, ମୁମ୍ବାଇ ଭାଜପା ମୁଖ୍ୟ ଆଶିଷ ଶେଲାର, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟ ଦଳର ନେତାମାନେ ତାଙ୍କ ସହ ଉପସ୍ଥିତ ଥିଲେ।
ଏହି ସମୟରେ ତାଙ୍କୁ ମହାରାଷ୍ଟ୍ରର ମହୁୟୁତିର ମୁଖ୍ୟମନ୍ତ୍ରୀଙ୍କ ଚେହେରା ବିଷୟରେ ମଧ୍ୟ ପଚରାଯାଇଥିଲା। ହସି ହସି ଏହାର ଉତ୍ତର ଦେଇ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆମେ ଶରଦ ପାୱାର ଜୀଙ୍କୁ କୌଣସି ସୁଯୋଗ ଦେବୁ ନାହିଁ।
ମୁଖ୍ୟମନ୍ତ୍ରୀଙ୍କ ପଦ ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ମହାୟୁତି ସରକାରର ନେତୃତ୍ୱ ନେଉଛନ୍ତି। ସେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ। ନିର୍ବାଚନ ପରେ ସମସ୍ତ ତିନି ଦଳ ଏକାଠି ବସି ନିଷ୍ପତ୍ତି ନେବେ। ଆମେ ଶରଦ ପାୱାର ଜିଙ୍କୁ କୌଣସି ସୁଯୋଗ ଦେବୁ ନାହିଁ।