ବିବାଦୀୟ ବୟାନ ଦେଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ହଟହଟା
କଂଗ୍ରେସ ସଭାସ୍ଥଳ ରଣକ୍ଷେତ୍ର ପାଲଟିଲା । ଏହିକ୍ରମରେ ୨୦୨୪ ନିର୍ବାଚନ ନରେ ପ୍ରଥମଥର ଖଲ୍ଲିକୋଟରେ ଏହି ବଡ଼ ବୈଠକ ବସିଥିଲା । ବୈଠକରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା ନିଜ ଅଭିଭାଷଣରେ ବିବାଦୀୟ ବୟାନ ଦେଇଥିଲେ । ୨୦୨୪ ନିର୍ବାଚନରେ କଂଗ୍ରେସ କର୍ମୀମାନେ ଅନ୍ୟ ଦଳକୁ ବିକ୍ରି ହୋଇଥିବା ନେଇ କହିବା ପରେ ସଭାସ୍ଥଳ ରଣକ୍ଷେତ୍ର ପାଲଟିଥିଲା । ସମସ୍ତ କଂଗ୍ରେସ କର୍ମୀ ଉତ୍କ୍ଷୀପ୍ତ ହୋଇ ଚିତ୍ରସେନ ବେହେରାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ସଚିନ ନାୟକ ଓ ପିସିସି ପର୍ଯ୍ୟବେକ୍ଷକ ସ୍ୱାଗତିକା ପଟ୍ଟନାୟକ ଉପସ୍ଥିତିରେ ଏହି ଅଭାବନୀୟ ପରିସ୍ଥିତି ଉପୁଜିଥିଲା ।