ଶନିଶ୍ଚର ଦେବଙ୍କ ମନ୍ଦିର ପ୍ରତିଷ୍ଠା
ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ବ୍ଳକ ବଉଳଗଡିଆ ପଣ୍ଡା ପୋଖରୀ ନିକଟରେ ଗ୍ରହରାଜ ଶ୍ରୀଶନିଶ୍ଚର ଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି । ଏହି ଅବସରରେ ତିନିଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟପୂଜକ କମଳା କାନ୍ତ ଦାଶଙ୍କ ଦ୍ୱାରା ପ୍ରଥମ ଦିବସରେ ଘଟୋତ୍ତୋଳନ ଓ କଳସ ଯାତ୍ରା ପରେ ଯଜ୍ଞ ପାଠ କରାଯାଇଥିଲା । ଦ୍ୱିତୀୟ ଦିବସରେ ତିନି ଫୁଟ ଉଚ୍ଚତା ବିଶିଷ୍ଟ ମୁଗୁନି ପଥରରେ ନିର୍ମିତ ବିଗ୍ରହଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ଶେଷ ଦିବସରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା । ତିନିଦିନ ବ୍ୟାପୀ ପ୍ରତିଷ୍ଠା ଦିବସରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତିଦିନ ପ୍ରାୟ ତିନି ହଜାରରୁ ଊଦ୍ଧ୍ୱର୍ ଭକ୍ତ ପ୍ରସାଦ ସେବନ କରିଥିଲେ ।