ବଟି ପାଇଁ ପାଟିଚୁପ୍ ; ଧର୍ମଶାଳା-ବଡ଼ଚଣାରେ ଇଲାକାରେ ଚାଲିଛି ମଦ ବେପାର
ଯାଜପୁର: ଶୃଙ୍ଖଳିତ ନିର୍ବାଚନ ପାଇଁ ବୁଧବାର ଠାରୁ ଜିଲାର ସମସ୍ତ ଖୋଲା ଓ ଠିପି ବନ୍ଦ ମଦ ଦୋକାନକୁ ସିଲ କରିଦିଆଯାଇଛି । ଜିଲାପାଳଙ୍କ ନିଦେ୍ର୍ଦଶରେ ଅବକାରୀ ଏବଂ ପୁଲିସ ଘୁରିଘୁରି ମଦ ଦୋକାନ ବନ୍ଦ କରିଥିଲେ ହେଁ ଧର୍ମଶାଳା ଏବଂ ବଡ଼ଚଣା ଅଞ୍ଚଳରେ ବେପାର କିନ୍ତୁ ବନ୍ଦ ହୋଇନି । ଦୋକାନ ସିଲ ହୋଇଥିଲେ ହେଁ ବ୍ୟାପକ ପରିମାଣ ମଦ ବାହାରେ ବିକ୍ରି ହେଉଛି । ବିଶେଷ କରି ବନ୍ଦଥିବା ମଦଦୋକାନ ପଛ, ବିଭିନ୍ନ ହୋଟେଲ, ଢାବା ମାନଙ୍କରେ ବିଦେଶୀ ମଦ ମିଳିଯାଉଛି । ଜିଲା ଅବକାରୀ ଅଧିନ ଧର୍ମଶାଳା ଅବକାରୀ କାର୍ଯ୍ୟାଳୟ ଅଧିନରେ ବଡ଼ଚଣା ଏବଂ ଧର୍ମଶାଳା ଇଲାରେ ଥିବା ୨୫ରୁ ଅଧିକ ଠିପି ଖୋଲା ଓ ବନ୍ଦ ଦୋକାନ ଗୁଡ଼ିକ ଜିଲାପାଳଙ୍କ ନିଦେ୍ର୍ଦଶରେ ବନ୍ଦ ରହିଛି । ହେଲେ ବଡ଼ଚଣା ଏବଂ ଧର୍ମଶାଳା ଅଞ୍ଚଳରେ ନଜର ରଖିବା ଏବଂ ବେଆଇନ ମଦ କାରବାରକୁ ରୋକିବା ନିମନ୍ତେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟର ଅଧିକାରୀ ଏବଂ ଜନୈକ କର୍ମଚାରୀ ବଟି ନେଇ ପାଟିଚୁପ କରିଥିବାର ଅଭିଯୋଗ ହେଉଛି । ବଟି ନେଇ ଅଧିକାରୀ ଏବଂ ଜଣେ କର୍ମଚାରୀ ଅଞ୍ଚଳରେ ବେଆଇନ ବିକ୍ରିକୁ ପ୍ରୋସôାହିତ କରୁଥିବାର ଅଭିଯୋଗ ହେଉଛି । କେବଳ ଏତକ ନୁହେଁ ଅଭିଯୋଗ ହୁଏ, ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଦୋକାନ ବନ୍ଦ କରିବାକୁ ଯାଉଥିବା ଜଣେ କର୍ମଚାରୀ (କନେଷ୍ଟବଳ)ଏବଂ ବିଭାଗର ଜଣେ ଅଧିକାରୀ ଦୋକାନୀଙ୍କ ଠାରୁ ଗୋଟିଏରୁ ଦିଟା ପର୍ଯ୍ୟନ୍ତ କ୍ୱାଟ ନବା ସହ ବଟି ନେଇ ସେମାନଙ୍କୁ ଚୋରାରେ ବିକ୍ରି କରିବାକୁ ସୁଯୋଗ ଦେଉଛନ୍ତି । ବଟି ପାଇଁ ବିଭାଗ ପାଟି ଚୁପ କରି ବସିଥିବା ବେଳେ ନେଉଳପୁର, ଜାରକା, ଚୋରମୁହାଁ, କୋତପୁର, ବାଲିଚନ୍ଦ୍ର୍ରପୁର, ନେଉଳପୁର ପ୍ରଭୂତି ସହ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ବ୍ୟାପକ ଭାବେ ମଦ ବିକ୍ରି ଚାଲିଛି । ବାରବାଟୀ ନିକଟରେ ଥିବା ଏକ ହୋଟେଲ, ନେଉଳପୁର ନିକଟଏକ ଢାବା, ଧର୍ମଶାଳା ଥାନାପାଖ, ବାଲିଚନ୍ଦ୍ରପୁର, ଧାନମଣ୍ଡଳ ପ୍ରଭୁତି ଅଞ୍ଚଳ ମନଙ୍କରେ ମଦ ବିକ୍ରି କୈାଣସି ଡ଼ରଭୟରେ ବିକ୍ରି ଚାଲିଛି । ଧର୍ମଶାଳା ଏବଂ ବଡ଼ଚଣା ଅଞ୍ଚଳରେ ୨୫ରୁ ଅଧିକ ମଦ ଦୋକାନ ରହିଥିବା ବେଳେ ଅଧିକାଂଶ ଦୋକାନୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିପାରୁଥିବାରୁ ଖୁଲମଖୁଲା ମଦବିକ୍ରି ଚାଲିଛି ବୋଲି ଅଭିଯୋଗ ହେଉଛି । ଅବକାରୀ ବିଭାଗ ସହଯୋଗରେ ଚାଲିଥିବା ମଦକାରବାର ନିର୍ବାଚନ ଉପରେ କୁ-ପ୍ରଭାବ ପକାଇବାର ସମ୍ଭାବନା ରଖୁଥିବାରୁ ଏଥିପ୍ରତ ଜିଲା ଅବକାରୀ ବିଭଗ ଏବଂ ଜିଲାପାଳ ଦୃଷ୍ଟି ଦେବାକୁ ସାଧାରଣ ଜନତାଙ୍କ ପକ୍ଷରୁ ଦୃଢ ଦାବି ହେଉଛି ।