ନିମାପଡ଼ାରେ ନୂଆ ମୁହଁ


 ଗୋପ: ଚଳିତ ବର୍ଷ ସାଧାରଣ ନିର୍ବାଚନ ୨୦୨୪ର ଫଇସଲା ହୋଇଛି । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଏକାକୀ ସରକାର ଗଠନ କରିବାକୁ ଯାଉଛି । ଠିକ ସେହିପରି ସମଗ୍ର ଓଡିଶାର ନଜର ପୁରୀ ଜିଲ୍ଲାର ନିମାପଡା ନିର୍ବାଚନ ମଣ୍ଡଳୀ ଉପରେ ଥିଲା । କାରଣ ଚଳିତ ବର୍ଷ ସାଧାରଣ ନିର୍ବାଚନ ରେ ସମୀର ରଞ୍ଜନ ଦାଶଙ୍କୁ ବିଜେଡ଼ି ଟିକେଟ ନ ଦେବା ଫଳରେ ସମୀର ବିଜେପିରେ ସାମିଲ ହୋଇଥିଲେ । ନିମାପଡାରେ ପ୍ରଥମ ମହିଳା ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଗାତୀ ପରିଡ଼ ।  ଏ ବିଜୟର ଶ୍ରେୟ ସମସ୍ତ ନିମାପଡା ଓ ଗୋପ ବାସୀଙ୍କୁ ଦେବା ସହିତ ସମସ୍ତ କର୍ମକର୍ତ୍ତାଙ୍କୁ ଶ୍ରେୟ ଦେଇଛନ୍ତି ପ୍ରଭାତୀ ।  ପ୍ରଭାତୀ ପରିଡା ୯୫ ହଜାର ୧୨୬ ଖଣ୍ଡ ଭୋଟ ପାଇଥିବେଳେ ବିଜେଡ଼ି ପ୍ରାର୍ଥୀ ଦିଲ୍ଲୀପ ନାୟକ ୯୦ ହଜାର ୬୬୮ ଖଣ୍ଡ ଭୋଟ ପାଇଛନ୍ତି ।