ହାଇସ୍କୁଲରେ ବାର୍ଷିକୋତ୍ସବ
ପଟ୍ଟାମୁଣ୍ଡାଇ : ଚନ୍ଦନନଗର ବନ୍ତୋ ସେଣ୍ଟ ଜାଭିଅର ହାଇସ୍କୁଲର ୧୩ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ଲଷ୍ମୀପ୍ରିୟା ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ଦେବବ୍ରତ ପ୍ରଧାନ, ମୁଖ୍ୟବକ୍ତା ସାମ୍ବାଦିକ ଭାସ୍କର ରାଉତରାୟ, ଗ୍ରାମାଞ୍ଚଳ ଥାନା ଆଇଆଇସି ଧୀରଜ ଲେଙ୍କା, ଶିକ୍ଷାବିତ ରଘୁନାଥ ସାହୁ, ପ୍ରତିଷ୍ଠାତା ଖଗେଶ୍ୱର ପାଗଳ ଓ ସୁଲୋଚନା ପାଗଳ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମୂଲ୍ୟବୋଧଭିତ୍ତିକ ଗୁଣାତ୍ମକ ଶିକ୍ଷା ପ୍ରଦାନକରି ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟପରିଚାଳକ ବ୍ରଜ କିଶୋର ପାଗଳ ହାଇସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ ଓ ସହକାରୀ ଶିକ୍ଷୟତ୍ରୀ ସରିତା ପରିଡ଼ା ସ୍ୱାଗତଭାଷଣ ଓ ଜ୍ୟୋର୍ତିମୟୀ ରାଉତ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବକୁ ସୋନାଲି ଦାସ, ମୋନାଲିସା ମହାପାତ୍ର, ସଂଘମିତ୍ରା ରାଉଳ, ସବିତାରାଣୀ ଖୁଣ୍ଟିଆ, ସୁଲୋଚନା ପାତ୍ର ପ୍ରମୁଖ ପରିଚାଳନା କରିଥିବାବେଳେ ମିତାଞ୍ଜଳୀ ସେନାପତି, ବର୍ଷାରାଣୀ ରାଉତ, ମୌସୁମୀ ସିଂ ପ୍ରମୁଖ ସହଯୋଗ କରିଥିଲେ ।