ଜିତିଲେ ବିଭୂତି


 ଜଟଣୀ: ଖୋର୍ଦ୍ଧାଜିଲ୍ଲା ଜଟଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ୬୭ ହଜାର ୯୪୭ ଖଣ୍ଡ ଭୋଟ୍ ପାଇ ନିଜ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୨୫ ହଜାର ୧୬୭ ଖଣ୍ଡ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି ବିଭୂତି ଭୂଷଣ ବଳବନ୍ତରାୟ । ତାଙ୍କ ପ୍ରମୁଖ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଶ୍ୱରଞ୍ଜନ ବଡଜେନା ୪୨ ହଜାର ୭୮୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ସନ୍ତୋଷ ଜେନା ୪୨ ହଜାର ୪୮୧ ଖଣ୍ଡ ଭୋଟ୍ ପାଇଥିବା ଜଣାପଡ଼ିଛି । ରାଜନୈତିକ ଆକାଶରେ ଜଣେ ଦକ୍ଷ ସଂଗଠକ ଭାବେ ଦୀର୍ଘଦିନ ଧରି ବିଜୁ ଜନତାଦଳକୁ ଜିଲ୍ଲାରେ ସର୍ବୋଚ୍ଚ ସ୍ତରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ହେବା ପରେ ଶ୍ରୀ ବଳବନ୍ତରାୟଙ୍କ ସାଙ୍ଗଠନିକ ସ୍ଥିତି ଉପରେ ଆସ୍ଥା ପ୍ରକଟ ପୂର୍ବକ ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ସଭାପତି ଭାବେ ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ମନୋନୀତ କରାଯାଇଥିଲା । ୨୦୧୯ ମସିହା ନିର୍ବାଚନରେ ବିଜେଡ଼ିର କିଛି ଛାମୁଆଁ କର୍ମୀମାନେ ଖୋଲା ବିରୋଧ କରି ସୁର ରାଉତରାୟଙ୍କ ସହିତ ହାତ ମିଳାଇ ବିଭୁତିଙ୍କୁ ହରେଇ ଦେଇଥିଲେ । ହେଲେ ବିଭୁତି ନିଜର ଧର୍ଯ୍ୟର ପରାକାଷ୍ଠା ରଖି ବିଜେଡ଼ିର ଜିଲ୍ଲା ସଭାପତି ରହି ସଙ୍ଗଠନ ଜାରୀ ରଖି ପଞ୍ଚାୟତ ନିର୍ବାଚନରେ ନିଜର ଜଲବା ଦେଖେଇ ଜଟଣୀ ପଞ୍ଚାୟତ ସମିତି ହାତେଇବା ସହିତ ନଗରପାଳିକା ନିର୍ବାଚନରେ ମଧ୍ୟ ନଗରପାଳିକା ହାତେଇ ନିଜର ଦବଦବା ବଜାୟ ରଖି ଆସିଥିଲେ ।