ଜୟଦେବରେ ବିଜେଡି ବିଜୟୀ

ବାଲିଅନ୍ତା: ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପରିସର ଜୟଦେବରେ ଶାସକଦଳ ବିଜେଡି ତାର ବିଜୟ ଧାରା ବଜାୟ ରଖିଛି । ଦଳ ଏଠାରେ କ୍ରମାଗତ ୬ ଥର ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ ବିଜୟଲାଭ କରିଛନ୍ତି । ନବକିଶୋର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡ଼ ଅରବିନ୍ଦ ଢାଲିଙ୍କୁ ୨୧ ହଜାର ୪୭୩ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ସେହିପରି ଏଠାରେ ବିଜେଡି ସାଂସଦ ମନ୍ମଥ ରାଉତରାୟ ଓ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ କଡା ଟକ୍କର ଦେଖାଯାଇଥିଲା । ଶ୍ରୀ ରାଉତରାୟ ୬୯ ହଜାର ୧୦୭ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ୬୪ ହଜାର ୭୯୯ ଭୋଟ ପାଇଛନ୍ତି ।