ସୁନ୍ଦରଗଡ଼ ଖଣି କେଳେଙ୍କାରୀ ପଛରେ କ’ଣ ୪ଶ୍ରମିକ!

 ରାଜ୍ୟର ଏତେ ବଡ଼ ଖଣି କେଳେଙ୍କାରୀ, ହେଲେ ୪ ଶ୍ରମିକ ଶ୍ରେଣୀର ଅଭିଯୁକ୍ତକୁ ଗିରଫ କରି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି କି? କାହିଁକି ଚୋରା କୋଇଲା ଖଣିର ସରଦାର ପାଖରେ ପହଁଚି ପାରୁନି ପ୍ରଶାସନ ଓ ପୋଲିସ? ଜିଲ୍ଲା ସ୍ତରୀୟ ତଦନ୍ତ ଚାଲିଛି, ଖଣି ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ବି ତଦନ୍ତ କରି ଯାଇ ସାରିଲେଣି ।

ମନ୍ତ୍ରୀ ସ୍ତରୀୟ କମିଟି ମଧ୍ୟ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବା କଥା କହିଲେ । ହେଲେ ସମସ୍ତଙ୍କ ହାତ ଖାଲି ରହିଛି କାହିଁକି? ୧୭ ଦିନ ତଳେ କୋଇଲା ଚୋରିର ଏକ୍ସକ୍ଲୁସିଭ ଚିତ୍ର ଦେଖାଇଥିଲା କନକ ନ୍ୟୁଜ । ଚଢ଼ାଉ ଓ ତଦନ୍ତରେ ବିତିଲାଣି ୧୫ ଦିନ । କିନ୍ତୁ ୪ ଜଣ ଶ୍ରମିକଙ୍କୁ ଗିରଫ ଓ ଆର୍ଯ୍ୟନ୍ କୋଲ୍ ୱାସେରିକୁ ସିଲ୍‌ କରିବା ଛଡ଼ା ଆଉ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କୋଇଲା ମାଫିଆ, ଅସାଧୁ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ଜଣା ପଡୁଥିବାବେଳେ ସରକାର କାହିଁକି ନିରବ?   ହେମଗିରି ପୂର୍ବତନ ତହସିଲଦାରଙ୍କ ବିରୋଧରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।