ଧର୍ମେନ୍ଦ୍ରଙ୍କ ନିକଟତର ସଞ୍ଜୀବ; ବିଜେପି ଆଉ କେତେ ବାଟ?
ାା ପ୍ରଭାନୁ୍ୟଜ ।ା ଯାଜପୁର,: ଏକଦା ସାଧାରଣ ନିର୍ବାଚନ ପୂର୍ବରୁ ବରୀ ନିର୍ବାଚନମଣ୍ଡଳୀରେ ଘୁରିଘୁରି ବିଜେଡ଼ି ଦଳର ପ୍ରଚାର କରୁଥିଲେ । ପ୍ରଚାର ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ସଂଗଠନ ସଂପାଦକ ପ୍ରଣବ ପ୍ରକାଶଦାସଙ୍କ ଫଟୋ ଥିବା ବ୍ୟାନର ତଳେ ଠିଆ ହୋଇ ଜନସାଧାରଣଙ୍କ ଆଶୀର୍ବାଦ ଭିକ୍ଷା କରୁଥିଲେ । ନିର୍ବାଚନ ଲଢିବାର ମାନସିକତାରେ ବରୀରେ ବୁଲି ବୁଲି ଜନସମର୍ଥନ ଲୋଡ଼ିବା ବେଳେ ବରୀ ବିକାଶରେ ଆମଦାନି ନେତା ବାଧକ ସାଜିଛନ୍ତି ।
ଅନ୍ୟଦଳରୁ ବିଜୁ ଜନତା ଦଳକୁ ଆସି ନିର୍ବାଚିତ ହେଉଥିବା ଜନପ୍ରତିନିଧି ବରୀ ବିକାଶକୁ ଉପେକ୍ଷା କରିଚାଲିଛନ୍ତି । ବିଜୁ ଜନତା ଦଳରେ ଉପଯୁକ୍ତ, ଭଦ୍ର, ଅମାୟିକଙ୍କ ଅଭାବ ନାହିଁ । ଯେଉଁ ମାନେ ବରୀର ନେତୃତ୍ୱ ନେବାର ଦକ୍ଷତା ରହିଛି । ରାଜ୍ୟ ନେତୃତ୍ୱ ନିର୍ବାଚନରେ ବିଜୁ ଜନତା ଦଳର ଫାଉଣ୍ଡର ମେମ୍ବରକୁ ଚୟନ କରିବାର ଆଶା ରଖି ପ୍ରାର୍ଥି ହେବାର ଇଛାକୁ ପ୍ରକଟ କରିଚାଲିଥିଲେ । ହେଲେ ବିଜୁ ଜନତା ଦଳରୁ ପ୍ରାର୍ଥି ହେବାକୁ ଆଶା ରଖିଥିବା ସଞ୍ଜିବ ମଲିକଙ୍କୁ ନିରାଶ ହେବାକୁ ପଡ଼ିଥିଲା । ବିଜେପିରୁ ଲମ୍ପ ଦେଇ ଆସିଥିବା ବିଶ୍ୱରଂଜନ ମଲିକଙ୍କୁ ବିଜେଡ଼ି ପ୍ରାର୍ଥୀ କଲା ଏବଂ ସେ ସର୍ବାଧିକ ଭୋଟରେ ବିଜୟଲାଭ କଲେ । ବରୀରୁ ପ୍ରତିନିଧିତ୍ୱ କରିବାକୁ ଲଗାତାର ଦୁଇଥର ହାରିବା ପରେ ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ଲାଭ କଲେ ବିଶ୍ୱ । ବିଶ୍ୱ ବିପୁଳ ଭୋଟରେ ବିଜୟୀ ହେବା ପରେ ବିଜେଡ଼ିରୁ ପ୍ରାର୍ଥୀ ହେବାକୁ ଆଶା ରଖି ବସିଥିବା ସଞ୍ଜିବଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଏହି କାରଣରୁ ସଞ୍ଜିବଙ୍କୁ ନିର୍ବାଚନ ସମୟରେ କୋଉଠିବି ଦେଖିବାକୁ ମିଳିନଥିଲା । ପୁରା ନିରବତା ଅବଲମ୍ବନ କରି ରହିଥିବା ସଞ୍ଜିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ହୋଇଥିବା ହସ୍ତଗତ ହୋଇଥିବା ଏକ ଫଟୋ ହିଁ କହୁଛି । ଫଟୋ ଟି କିଛିଦିନ ତଳର ହୋଇଥିବା ବେଳେ ସଞ୍ଜିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିକଟରେ ଯେଉଁ ମୁଦ୍ରାରେ ଠିଆ ହୋଇଛନ୍ତି, ତାହା ଏକଥା ଦର୍ଶାଉଛି କି ବରୀ ପଞ୍ଚାୟତ ସମିତିସଭ୍ୟ ସଞ୍ଜିବ ବିଜେପିର ନିକଟତର ହେଉଛନ୍ତି । ଯାହାଟାବି ବରୀରେ ଆଲୋଚନା ହେବାରେ ଲାଗିଛି । ସଞ୍ଜିବ ଯଦିଓ ଏବାବଦରେ କିିଛି କହିବାକୁ ଚାହୁଁ ନାହାନ୍ତି କିନ୍ତୁ ବରୀରେ ଚର୍ଚ୍ଚା ସଞ୍ଜିବଙ୍କ ବିଜେପି ହାତ ଧରିଲେ କେହି ଅବିଶ୍ୱାସ କରିବେନି । ସଞ୍ଜିବ ବରୀ ମାଉଣ୍ଡରୁ ସମିତିସଭ୍ୟ ଭାବେ ନିର୍ବାଚିତ ହେବା ପରେ ବିଜେଡ଼ି ସଂଗଠନ ବୃଦ୍ଧି ଦିଗରେ କାର୍ଯ୍ୟ କରୁଥିଲେ । ସାଧାରଣ ନିର୍ବାଚନ ପାଖେଇ ଆସିବା ପରେ ସଞ୍ଜିବ ବରୀରୁ ପ୍ରାର୍ଥୀ ହେବାକୁ ଆଶାୟୀ ହୋଇ ଆବେଦନ କରିଥିଲେ । ଆବେଦନ ପରେ ବରୀ ନିର୍ବାଚନମଣ୍ଡଳୀରେ ଘୁରି ବୁଲି ଦଳ ଏବଂ ତାଙ୍କୁ ସହଯୋଗର ହାତ ବଢାଇବାକୁ ନିବେଦନ କରିି ଚାଲିଥିଲେ । ବରୀରେ ଆମଦାନି ନୁହେଁ ବିଜେଡ଼ିର ପ୍ରତିଷ୍ଠାରେ ଯାହାଙ୍କ ଅବଦାନ ରହିଛି, ସେମାନଙ୍କୁ ପ୍ରାର୍ଥୀ କରିବାକୁ ବିଭିନ୍ନ ସଭାସମିିରେ ଖୋଲା ଆହ୍ୱାନ ଦେଇଥିଲେ । ହେଲେ ବିଶ୍ୱଙ୍କ ଖୋଲା ଆହ୍ୱାନ ବିଜେଡ଼ ିଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା । ବିଶ୍ୱଙ୍କୁ ଦଳ ଚୟନ କରିବାପରେ ସଞ୍ଜିବ ନିରବ ରହିବାକୁ ଉଚିିତ ମଣିଥିଲେ । ନିକଟରେ ସଞ୍ଜିବ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନିକଟତର ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଓ ସଞ୍ଜିବଙ୍କ ମଧ୍ୟରେ କି କଥାବାର୍ତ୍ତା ହୋଇଛି, ତାହା ସେମାନଙ୍କୁ ହିଁ ଜଣାଥିବ । ହେଲେ ସଞ୍ଜିବଙ୍କ ସହ ଶ୍ରୀପ୍ରଧାନଙ୍କ ଭେଟଭାଟ ବରୀରେ ନୂୂଆ ରାଜନୈତିକ ସମୀକରଣ ହେବାର ଗନ୍ଧ ବାରି ହୋଇପଡ଼ୁଛି । ସଞ୍ଜିବ ଯଦିଓ ବିଜେପିରେ ସାମିଲ ହୋଇନାହାନ୍ତି, କିନ୍ତୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ବିଜେପିରେ ସାମିଲ ହେଲେ ତାହାକୁ ଆଶ୍ଚର୍ଯ୍ୟ ବୋଲି କୁହାଯିବନି । ହେଲେ ସଞ୍ଜିବଙ୍କ ପାଇଁ ବିଜେପି ଆଉ କେତେବାଟ ତାହାକୁ ଅପେକ୍ଷା କରିବାର ଅଛି ।