ବର୍ଷା ଜଳ ନିଷ୍କାସନ ଓ ଚଣ୍ଡିଖୋଲ ଟ୍ରାଫିକ ସମସ୍ୟା ସମାଧାନ ବୈଠକ
ାା ପ୍ରଭାନୁ୍ୟଜ ।ା ଯାଜପୁର : ବର୍ଷାଜଳ ନିଷ୍କାସନ ସହ ଚଣ୍ଡିଖୋଲ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ନିମିତ ବୈଠକ ଅନୁଷ୍ଠିତ ହୋଇଛି । ଯାଜପୁର ଜିଲ୍ଲା ପ୍ରଶାସନ ସହ ସମସ୍ତ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବିଧାୟକ ଅମର ନାୟକ ବୈଠକରେ ଉପନିତ ହୋଇଥିଲେ । ଚଣ୍ଡିଖୋଲ ଡ଼ାକ ବଙ୍ଗଳା ଠାରେ ଅନୁଷ୍ଠିତ ବୈଠକରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ଡ୍ରେନେଜ ସମସ୍ୟା, ଚଣ୍ଡିଖୋଲ ଛକର ସ୍ଥିତି, ଡ୍ରେନେଜ୍ ପାଣି ନିଷ୍କାସନର ସ୍ଥାୟୀ ସମାଧାନ,ଜାତୀୟ ରାଜପଥ ୧୬ ଓ ୫୩ ନଂର ବର୍ତ୍ତମାନ ସ୍ଥିତିର ସମାଧାନ, ଚଣ୍ଡିଖୋଲ ଟ୍ରାଫିକ ସମସ୍ୟା,୫୩ନଂ ଜାତୀୟ ରାଜପଥ ଆଠ ଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟର ତ୍ୱରିତ ବେଗରେ ଶେଷ କରିବା ଉପରେ ଆଲୋଚନା ହୋଇଥିଲା । ଏଥିସହ ଜାତୀୟ ରାଜପଥ ମାନଙ୍କରେ ଲୋକଙ୍କ ଯାତାୟତ ଏବଂ ଯାନ ବାହାନ ଯାତାୟାତ ପାଇଁ ସ୍ଥାୟୀ ବ୍ୟବସ୍ଥା ଉପରେ ଆଲୋଚନା ସହ ପ୍ରସ୍ତାବ ରଖିଥିଲେ ବିଧାୟକ । ବୈଠକରେ ଜିଲ୍ଲାପାଳ, ଏସପି, ଜାତୀୟ ରାଜପଥ ଅଧିକାରୀ,ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଜନ ବିଭାଗ, ଦର୍ପଣ ତହସିଲଦାର ଧର୍ମଶାଳା ଓ ବଡ଼ଚଣାର ବିଡ଼ିଓ, ଜଳ ସମ୍ପଦ ବିଭାଗ, କ୍ଷୁଦ୍ର ଜଳ ସେଚନ ବିଭାଗ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।