କୁସୁମା ବଙ୍ଗଳା ପ୍ରସଙ୍ଗରେ ଅପଶବ୍ଦକୁ ନାଗରିକ ସଂଘର ନାପସନ୍ଦ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ : ରାଜ୍ୟରେ ଚହଳ ପକାଉଛି ଯାଜପୁରର କୁସୁମାରେ ନିର୍ମିତ ବଙ୍ଗଳା । ନିର୍ମାଧିନ ବଙ୍ଗଳା ରଙ୍ଗଶାଳାରେ ପରିଣତ ହୋଇଥିବା ଡିବିଡ଼ିବିକୁ ଗଲାକାଲି ଯାଜପୁର ପୌରପ୍ରଶାସନ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଆଜି ଯାଜପୁର ନାଗରିକ ସଂଘ ଗଣମାଧ୍ୟମରେ ବ୍ୟବହୃତ ଅପଶବ୍ଦକୁ ନାପସନ୍ଦ କରାଯାଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଆଇନଜୀବୀ ପ୍ରବୀର କୁମାର ରାୟ, ରାଜୀବ କୁମାର ମହାନ୍ତି, ଶିକ୍ଷାବିତ୍ ବଟକୃଷ୍ଣ ମହାପାତ୍ର, ଆଇନଜୀବୀ ତଥା କାଉନସିଲର ହେମାଙ୍ଗିନୀ ମହାନ୍ତି, କ୍ରୀଡାବିତ୍ ଅୟସକାନ୍ତ ଧଳ, ନିତାଇଚାନ୍ଦ ମହାନ୍ତି, ବଳରାମ ମହାନ୍ତି ପ୍ରମୁଖ ଅଭିଯୋଗ ବାଢିଥିଲେ କି ନିର୍ଦ୍ଦିଷ୍ଠ କିଛି ଗଣମାଧ୍ୟମ କୁସୁମା ପରିସରରେ ଥିବା ୯ଟି କଟେଜ୍କୁ ନେଇ ଯେଉଁ ଅପଶବ୍ଦ ବ୍ୟବହାର କରାଯାଉଛି ତାହା ନିନ୍ଦନୀୟ । ଯାହାକୁ ଯାଜପୁରବାସୀ କେବେ ବି ବରଦାସ୍ତ କରିବେ ନାହିଁ । ଯାଜପୁର ଏକ କିମ୍ବଦନ୍ତୀ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ଜିଲା । ସ୍ୱତନ୍ତ୍ର ପରିଚୟ ପାଇଥିବା ଯାଜପୁରରେ ୫୧ଶକ୍ତିପୀଠ ମଧ୍ୟରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠ ଅନ୍ୟତମ । ପୁଣ୍ୟତୋୟା ବୈତରଣୀ ଓ ବିରଜା ମନ୍ଦିର ପରିସରରେ ଥିବା ନାଭିଗୟା ଶ୍ରଦ୍ଧାଳୁ ଭକ୍ତଙ୍କୁ ଯାଜପୁରକୁ ଟାଣି ଆଣିବା ପାଇଁ ଆକର୍ଷିତ କରିଥାଏ । ଏପରିକି ସିଦେ୍ଧଶ୍ୱର ଘାଟରେ ପ୍ରମୁଖ ଅସ୍ଥି ବିସର୍ଜନ ସ୍ଥଳୀ ଭାବେ ପରିଚିତ । ଏହା ସତ୍ୱେ ମଧ୍ୟ ଏହି କଟେଜ୍କୁ ନେଇ କେତେକ ଗଣମାଧ୍ୟମ ପ୍ରତିନିଧି ଅରୁଚିକର ମନ୍ତବ୍ୟ ପ୍ରଦାନ କରୁଥିବାରୁ ଏହା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଥିଲେ । ଏପରିକି ସଂପୃକ୍ତ ଗଣମାଧ୍ୟମ ନିଜର ଅପଶବ୍ଦକୁ ୭୨ଘଣ୍ଟା ମଧ୍ୟରେ ସଂଶୋଧନ ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ । ସୂଚନାଯୋଗ୍ୟ ଯେ, କୁସୁମା ପରିସରରେ୯ଟି ବିଳାସପୂର୍ଣ୍ଣ କଟେଜ୍କୁ ନେଇ ଗତ କିଛିଦିନ ହେବ ଖବର ପ୍ରସାରିତ ହୋଇଆସୁଛି । ପୌରପାଳିକା କର୍ତ୍ତୃପକ୍ଷ ଏହି କଟେଜ୍କୁ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସଫେଇ ଦେଉଥିବା ବେଳେ କ୍ରୀଡ଼ା ବିଭାଗ ଏସମ୍ପର୍କରେ କୌଣସି ସୂଚନା ନାହିଁ ବୋଲି ପ୍ରକାଶ କରିଥିଲା । ଯାହାକୁ ନେଇ ପୌରପ୍ରଶାସନ ଓ କ୍ରୀଡ଼ା ବିଭାଗ ମଧ୍ୟରେ ଟଣାଓଟରା ଲାଗିଥିଲା । ୯ଟି କଟେଜ୍କୁ ଜିଲା ପ୍ରଶାସନ ନିଜ ଅଧିନକୁ ନେବା ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ଜିଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଥିଲେ ।