ଦିଲ୍ଲୀପଙ୍କ ପାଇଁ ଶାରଦାଙ୍କ ଅକଲଗୁଡ଼ୁମ

ଦିଲ୍ଲୀପଙ୍କ ପାଇଁ ଶାରଦାଙ୍କ ଅକଲଗୁଡ଼ୁମ


 ଭୁବନେଶ୍ୱର :  ହଁ ନାଁ ଭିତରେ ମଇଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀପ ରାୟ  । ବିଜେଡ଼ି ପକ୍ଷରୁ ଆସିଥିବା ଅଫରକୁ ପ୍ରତ୍ୟାଖ୍ୟାନ କରି ସେ ବିଜେପିରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି  । ଯାହାଏବେ ରାଉରକେଲା ରାଜନୀତି ତାତି ବଢ଼ାଇଦେଇଛି  । ଅପରପକ୍ଷରେ ଦିଲ୍ଲୀପ ମଇଦାନକୁ ଓହ୍ଲାଉଥିବାରୁ ବିଧାୟକ ଶାରଦା ପ୍ରସାଦ ନାୟକଙ୍କ ଅକଲଗୁଡୁମ ହୋଇଯାଇଛି  ।
ଦିଲ୍ଲୀପଙ୍କୁ ବିଜେଡ଼ିକୁ ଫେରିଆସିବା ପାଇଁ ପୂର୍ବରୁ ଅନେକ ବାର ପ୍ରସ୍ତାବ ଦିଆଯାଇଥିଲା  । ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡ଼ିକୁ ଆସି ଲଢ଼ିବାକୁ ବି ନିବେଦନ କରିଥିଲେ  । କିନ୍ତୁ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି ବୋଲି କହିଥିଲେ ଦିଲ୍ଲୀପ  । କିନ୍ତୁ ହଠାତ ଦିଲ୍ଲୀପଙ୍କ ଏଭଳି ଆଭିମୁଖ୍ୟ ବିଜେଡ଼ିକୁ ଚକିତ କରିଦେଇଛି  । ତେବେ ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ଶାରଦା ନାୟକଙ୍କୁ ଦିଲ୍ଲୀପଙ୍କ ସମର୍ଥକମାନେ ଦୀର୍ଘଦିନ ଧରି ବିରୋଧ କରି ଆସୁଛନ୍ତି  । ରାଉରକେଲା ରାଜନୀତିରୁ ଶାରଦାଙ୍କୁ ହଟାଇବା ପାଇଁ ସେମାନେ ଲାଗି ପଡ଼ିଛନ୍ତି  । ବିଜେଡ଼ି ତାଙ୍କୁ ଆଉଥରେ ପ୍ରାର୍ଥୀ କରିଥିବାରୁ ସମର୍ଥକମାନେ ଦିଲ୍ଲୀପଙ୍କ ଉପରେ ନିର୍ବାଚନ ଲଢ଼ିବାକୁ ଚାପ ପକାଇଥିଲେ  । କାହିଁକିନା ପୂର୍ବରୁ ସେ ଶାରଦାଙ୍କୁ ହରାଇଥିବାରୁ ସେ ହିଁ ଏଥର ଜିତିପାରିବେ ବୋଲି ସେମାନଙ୍କର ଧାରଣା ରହିଛି  । କର୍ମୀଙ୍କ ଚାପ ଓ ଶାରଦାଙ୍କୁ ହରାଇବାର ଜିଦ ହିଁ ଦିଲ୍ଲୀପଙ୍କୁ ନିର୍ବାଚନୀ ମଇଦାନକୁ ଟାଣିଆଣିଛି  ।
ଅପରପକ୍ଷରେ ଆଜି ରାଉରକେଲାକୁ ଫେରିବା ପରେ ଦିଲ୍ଲୀପଙ୍କୁ ଭବ୍ୟ ସମ୍ବଦ୍ଧ୍ୱର୍ନା ଦିଆଯାଇଥିଲା  । ସେ କହିଥିଲେଯେ, ମୁଁ ବିଜେପିରେ ଅଛି  ।

ମୋର ଇସ୍ତଫା ଗ୍ରହଣ ହୋଇନଥିଲା  । ଦିନେ ଦୁଇଦିନ ଭିତରେ ଟିକେଟ ନେଇ ବି ସ୍ପଷ୍ଟ ସୂଚନା ଆସିଯିବ  । ସମର୍ଥକମାନେ ଯେଉଁଭଳି ଭବ୍ୟ ସ୍ୱାଗତ କରୁଛନ୍ତି ସେଥିରୁ ନିର୍ବାଚନ ପୂର୍ବରୁ ଲୋକମାନେ ମୋତେ ଜିତାଇଦେବା ଭଳି ଅନୁଭବ ହେଉଛି ବୋଲି ସେ କହିଥିଲେ  ।