ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବିଇଓ କାର୍ଯ୍ୟାଳୟ ଆଗରେ ୩ ଦିନ ଧରି ଧାରଣା, ଶୁଣୁନି ପ୍ରଶାସନ
ାା ପ୍ରଭାନୁ୍ୟଜ୍ ।ା ଆସିକା: ଏବେବି ଶିକ୍ଷା ବିଭାଗ ନଜରକୁ ଯାଇନି କାଳଷଣ୍ଢପୁର ପଂଚାୟତର ନୂଆଗାଁ ଚିନିଶିଳ୍ପ ଉନ୍ନିତ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟ । ଏହି ସ୍କୁଲର ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ ୩ଦିନ ହେଲା ଧାରଣାରେ ବସିଛନ୍ତି । ସ୍କୁଲରେ ଗୋଟିଏ ଶିକ୍ଷକ ଶୂନ୍ୟ ହେବା କାରଣରୁ ବନ୍ଦ ହୋଇଯିବ ସ୍କୁଲ୍ । ତେବେ ଛାତ୍ରଛାତ୍ରୀମାନେ ପାଖ ସ୍କୁଲରେ ପାଠ ପଢିବାକୁ ଯିବାକୁ ହେବ ତାହା କେବେ ଭାବି ନଥିଲେ । ଏପରିକି ଅଭିଭାବକମାନେ ଏହାକୁ ସହଜେ ଗ୍ରହଣ କରିନାହାଁନ୍ତି । ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ପରେ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟରେ ପଢିଲେ । ସେହି ବିଦ୍ୟାଳୟରେ ହିଁ ଷଷ୍ଠ ଓ ସପ୍ତମ କ୍ଲାସ ଥିଲେ ମଧ୍ୟ ଶିକ୍ଷକ ଅବସର ନେବାପରେ ଅନ୍ୟ ଶିକ୍ଷକଙ୍କୁ ନିଯୁକ୍ତି ସେଠାରେ ନଦେଇ ସ୍କୁଲ ବନ୍ଦ ହେବା ଦୁର୍ଭାଗ୍ୟଜନକ ବୋଲି ଅଭିଭାବକମାନେ କହିଥିବାବେଳେ ସେଠି ହିଁ ସ୍କୁଲ ଖୋଲିବାକୁ ଦାବି କରିଛନ୍ତି । ଏହି ଅଞ୍ଚଳର ପିଲାମାନେ ଯଦି ପାଠ ପଢ଼ିବାକୁ ନିକଟକୁ ଯିବେ ତେବେ ଶିଳ୍ପ ଅଞ୍ଚଳ ରାସ୍ତା ଓ ରାଜ୍ୟ ରାଜପଥ ଅତିକ୍ରମ କରି ଚାଲି ଚାଲି ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲକୁ ଯିବାକୁ ପଡିବ । ପିଲାଙ୍କ ଦୁର୍ଘଟଣା ଭୟ ଓ ଯିବା ଆସିବା ଅସୁବିଧା ରହିଛି । ଏପରି ସମସ୍ୟା ହେତୁ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷା ବିଭାଗ ତାର ନିଷ୍ପତ୍ତି ବଳାଇବାକୁ ଦାବି କରି ୩ଦିନ ଧରି ଆସିକା ବିଇଓ କାର୍ଯ୍ୟାଳୟ ଆଗରେ ଖରା ଓ ବର୍ଷାରେ ଧାରଣା ଦେଇଛନ୍ତି । ଏହା ସତ୍ତ୍ୱେ ମଧ୍ୟ ଶିକ୍ଷା ବିଭାଗର ଏଥିପ୍ରତି ଦୃଷ୍ଟି ପଡ଼ୁନି । ଏପରିକି ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟଧାରା କରିବା ପାଇଁ ଆଗଭର ହେଉନଥିବା ଅଭିଭାବକଙ୍କୁ ବ୍ୟଥିତ କରିଛି । ଏବେ ଚଳିତ ଶିକ୍ଷା ବର୍ଷର ଆଧା ବର୍ଷ ସରିବାକୁ ବସିଥିଲେ ମଧ୍ୟ ପାଖାପାଖି ପଚାଶ ଜଣ ଛାତ୍ରଛାତ୍ରୀମାନେ ଅନ୍ୟ ସ୍କୁଲରେ ନାମ ଲେଖା ନକରି ଜିଦରେ ଅଟଳ ରହିଛନ୍ତି । ପ୍ରଥମେ ସ୍କୁଲ ଆଗରେ ଧାରଣା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କୋମଳମତି ଶିଶୁ ଓ ଅଭିଭାବକ । ବ୍ଲକ ଶିକ୍ଷା ଅଧିକାରୀ ନିଜ ପାଖରେ କ୍ଷମତା ନାହିଁ କହୁଥିବାବେଳେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅପେକ୍ଷାରେ ରହିଛନ୍ତି ବୋଲି କହିଛନ୍ତି । ରାଜ୍ୟ ବିଧାନସଭା ଚାଲିଥିଲେ ମଧ୍ୟ ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି । କେତେ ଦିନ ପର୍ଯ୍ୟନ୍ତ ପିଲାମାନେ ଧାରଣାରେ ବସିବେ । ଯଥାଶୀଘ୍ର ରାଜ୍ୟ ଶିକ୍ଷା ବିଭାଗ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।