ନେତା ତିଆରିରେ ଆଗରେ ଖଡ଼ିଆଳ 

ନେତା ତିଆରିରେ ଆଗରେ ଖଡ଼ିଆଳ 

ନୂଆପଡାରୁ ପରମେଶ୍ୱର ବାରିକ୍ :  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଖଡ଼ିଆଳ ସିନାପାଲି ଓ ବୋଡେନ ବ୍ଲକରେ ଅଞ୍ଚଳର ବିକାଶ ଦିଗରେ କିଛି ବ୍ୟକ୍ତିତ୍ୱ ନେତା ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ବଦ୍ଧ । ବିଧାୟକ ପ୍ରାର୍ଥୀ ହେବା ଓ ନିର୍ବାଚନ ଲଢି ବିଜୟ ଲାଭ କରି ବିଧାୟକ ତିଆରି କରିବାରେ ସିନାପାଲି ଓ ବୋଡେନ ତୁଳନାରେ ଖଡ଼ିଆଳ ବ୍ଲକର ପ୍ରଜନନ କ୍ଷମତା ବହୁତ ଆଗରେ । ଆଜି ଯାଏଁ ସିନାପାଲି ବ୍ଲକର କେହି ବିଧାୟକ ହୋଇ ପାରିନାହାନ୍ତି । ବୋଡେନ ବ୍ଲକର ସ୍ୱର୍ଗତ ଦୁର୍ଯେ୍ୟାଧନ ମାଝୀ ୫ଥର ବିଧାୟକ ହୋଇଥିଲେ ଆଉ ଖଡ଼ିଆଳ ବ୍ଲକର ରାଜା ସ୍ୱର୍ଗତ ଅନୁପ ସିଂ ଦେଓ ୭ଥର ବିଧାୟକ ହୋଇଥିବାବେଳେ କପିଳ ନାରାୟଣ ତିୱାରୀ, ହିତେଶ କୁମାର ବଗର୍ତ୍ତି ଓ ଅଧିରାଜ ମୋହନ ପାଣିଗ୍ରାହୀ ଥରେ ଲେଖାଏଁ ବିଧାୟକ ହୋଇ ସାରିଛନ୍ତି । ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ବିଜେଡି ଅଧିରାଜ ପାଣିଗ୍ରାହୀଙ୍କୁ, ବିଜେପି ହିତେଶ ବଗର୍ତ୍ତିଙ୍କୁ ଓ କଂଗ୍ରେସ ଦଳ କମଳ ତାଣ୍ଡିଙ୍କୁ ପ୍ରାର୍ଥୀ ଘୋଷଣା କରିବାପରେ ପ୍ରାର୍ଥୀମାନେ ତାଙ୍କ ଦଳୀୟ କର୍ମୀ ସମ୍ମିଳନୀ କରିବା ଓ ନିଜ ନିଜ ପ୍ରଚାରକୁ ଜୋରଦାର ଚଳାଇଥିବା ପ୍ରମାଣ କରୁଛି କି ପୁନର୍ବାର ବିଧାୟକ ନିର୍ମାଣ କରିବାରେ ଖଡ଼ିଆଳ ପାଇଁ ସବୁଜ ସଂକେତ ଦେଖା ଦେଇଛି । ସୂଚନା ଥାଉକି ହିତେଶ କୁମାର ବଗର୍ତ୍ତି, ଅଧିରାଜ ମୋହନ ପାଣିଗ୍ରାହୀ ଓ କମଳ ଚରଣ ତାଣ୍ଡି ତିନିଜଣ ଖଡ଼ିଆଳ ଟାଉନ ଅଟନ୍ତି । ସିନାପାଲି ଓ ବୋଡ଼େନର କିଏ ଦଳୀୟ ପ୍ରାଥି ନଥିବାରୁ ଏହି ତିନିଜଣଙ୍କ ମଧ୍ୟରୁ ଯିଏ ଜିତିବ ସିଏ ପୁଣି ଥରେ ଖଡ଼ିଆଳ ବିଧାୟକ ହେବ ଏଥିରେ ଦ୍ୱିମତ ନାହିଁ ।