ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍: ଭିମସାରକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

 ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣି । ଜଳ ଓ ବାୟୁ ପ୍ରଦୂଷଣ ଅଧିନିୟମକୁ ଉଲ୍ଲଂଘନ କରିଥିବାରୁ ଗତବର୍ଷ ଭିମସାରକୁ ଫାଇନ କରିଥିଲା ପ୍ରଦୂଷଣ ବୋର୍ଡ । କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନନେବାରୁ କଠୋର ହୋଇଛି ବୋର୍ଡ । ମାତ୍ର ୭ ଦିନ ଭିତରେ ନିୟମ ନମାନିବାକୁ ଚିଠିରେ ଲେଖି ନିର୍ଦ୍ଦେଶ ଦେଇଛି ବୋର୍ଡ । 

ଅଭିଯୋଗ ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୨୦୨୩ରେ ଭିମସାର୍‌ ହସ୍ପିଟାଲର ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଯାଞ୍ଚ କରି ଚାରୋଟି ନିୟମର ଅନୁପାଳନ ହୋଇ ନଥିବାର ଜାଣିବାକୁ ପାଇଥିଲେ । ଫଳରେ ସେହି ସମୟରେ ୧୧ ଲକ୍ଷ ଟଙ୍କା ଫାଇନ ପାଇଁ ନିର୍ଦ୍ଦେଶ ହୋଇଥିଲା । ଏଥିରେ ଇନସିନେରେଟର ଅପଗ୍ରେଡ ନହେବା, କସନ ଚେମ୍ବର ତାପମାତ୍ରା ଅଧିକ ରହିବା, ଡିସପ୍ଲେ ବୋର୍ଡ ନଦେବା ପରି ଭୁଲକୁ ଧରିଥିଲେ ପ୍ରଦୂଷଣ ବୋର୍ଡ ।