ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ : ନବ ଦାସଙ୍କ ହତ୍ୟା କିଏ କରିଥିଲା!

ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ : ନବ ଦାସଙ୍କ ହତ୍ୟା  କିଏ କରିଥିଲା!

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସରକାର ଏବଂ ବିରୋଧୀ ଦଳର ନେତାଙ୍କ ବୟାନ ବାଜି ମଧ୍ୟରେ ସିବିଆଇ ତଦନ୍ତ କରିଛନ୍ତି ଝିଅ ଦୀପାଳି ଦାସ। ଏହାରି ମଧ୍ୟରେ ବରଗଡ଼ ଲୋକସଭା ସାଂସଦ ବଡ଼ ବୟାନ ଦେଇଛନ୍ତି ପ୍ରଦୀପ କହିଛନ୍ତି, ”ନବ ଦାସ ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି। ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ତାଙ୍କ ପରିବାର ନିରବ ରହିଲେ। କ୍ଷମତା ଲୋଭ, ସଂପତ୍ତି ସୁରକ୍ଷା ପାଇଁ ତଦନ୍ତ ଠିକ୍ ହେଉଥିବା କହିଲେ। ତେଣୁ ନବ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ ଏବଂ ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର।”