ବବିଙ୍କୁ ଝଟକା : ଇସ୍ତଫା ଦେବେନି ସୁଜାତା
pranab prakash das

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ ଯାଜପୁରରୁ ଉପନିର୍ବାଚନ ଲଢ଼ିବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋରଧରିଛି । ହେଲେ ଆଜି ଯାଜପୁର ବିଧାୟିକା ସୁଜାତା ସାହୁ କହିଛନ୍ତି, ସେ ଇସ୍ତଫା ଦେବାର ନାହିଁକି ବବି ଉପନିର୍ବାଚନ ଲଢ଼ିବାର ନାହିଁ । ଯାହାଏବେ ବିଜେଡ଼ି ଅଳିନ୍ଦରେ ଆଲୋଡ଼ନ ସୃଷ୍ଟିକରିଛି । ବବି ଦାସ ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି ନା ସୁଜାତା ବବିଙ୍କ କଥା ମାନୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି । ଗତକାଲି ଯାଜପୁରରେ ବବି ଦାସ କହିଥିଲେଯେ, ସେ ଲଢ଼ିବାକୁ ପ୍ରସ୍ତୁତ । ହେଲେ ନିର୍ବାଚନ ଲଢ଼ିବେ ନା ବିଜେପି ବିରୋଧରେ ଲଢ଼ିବେ ସେନେଇ କିଛି କହିନଥିଲେ ।
ବବି କହିଥିଲେଯେ, ଯାଜପୁରରେ ଆୟୋଜିତ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସ କହିଛନ୍ତିଯେ, ଗତ ୪ ମାସ ଧରି ମିଡ଼ିଆରେ ଗୋଟିଏ ନାଁ, ବବି ଦାସ । ଏହି ଗୋଟିଏ ଲୋକର ନାଁ ନେଲେ ଟିଆରପି ବଢ଼ିବ । ମୋ ନେତା ଓ ମୋ ଦଳ ମୋତେ କିଛି କହୁନାହିଁ । କିନ୍ତୁ ମିଡ଼ିଆ କେତେବେଳେ ମୋତେ ଦଳର ସର୍ବସ୍ୱ କରୁଛନ୍ତି ଆଉ କେତେବେଳେ ବାହାର କରିଦେଉଛନ୍ତି । କାହିଁକି ଆପଣଙ୍କ ପୁଅକୁ ଏମିତି ଟାର୍ଗେଟ୍ କରୁଛନ୍ତି । ସେମାନେ ଭାବୁଛନ୍ତି ୟାକୁ ଟାର୍ଗେଟ୍ କଲେ ସେ ଭାଙ୍ଗିପଡ଼ିବ । ମୁଁ ହେଉଛି ଅଶୋକ ଦାସଙ୍କ ପୁଅ । ମୋ ବାପା ବିଜୁବାବୁଙ୍କ ସହ ୨୯ ମାସ ଜେଲ୍ରେ ରହିଥିଲେ । ମୁଁ ରାଜନୈତିକ ଆକ୍ରୋଶରେ ୪ ମାସ ଜେଲ୍ ଯିବାକୁ ରାଜି ଅଛି । ତମେ ଯେତେ କୁତ୍ସାରଟନା କଲେବି ନବୀନଙ୍କ ଠାରୁ ଦୂରେଇ ରଖିପାରିବନି । ନବୀନ ପଟ୍ଟନାୟକ ମୋ ପଛରେ ଅଛନ୍ତି । କାହିଁକି ବବି ନେତା ହେଲା ? ଯାଜପୁରର ବିକାଶ କରିବା କ’ଣ ମୋର ଭୁଲ୍ ? ତମର ଯଦି ପାୱାର ଅଛି ତୁମେ କରୁନା । ମୋତେ ମୋ ମା’ମାନେ ଓ ଭାଇମାନେ କହିଲେ ତୁ ଯାଇ ଓଡ଼ିଶା ପାଇଁ କାମ କର । ମୁଁ ନବୀନ ପଟ୍ଟନାୟକ ପାଇଁ କାମ କଲି, ଦଳ ପାଇଁ କାମ କଲି । ମୁଁ କୌଣସି କ୍ଷମତା ଚାହିଁଲିନି । କେବଳ କହିଲି, ମୋର ପ୍ରାପ୍ୟ ବାବଦରେ ଯାଜପୁରର ବିକାଶ ଚାହୁଁଛି । ନବୀନ ବାବୁ ସବୁ ସହଯୋଗ କଲେ । ଯଦି ମୁଁ ଦୁର୍ନୀତି କରିଛି ମୋତେ ବାନ୍ଧ । ଚାରିମାସ ହେଲାଣି ମୋତେ କାହିଁକି ବାନ୍ଧୁନ ବୋଲି ଆହ୍ୱାନ ଦେଇଥିଲେ । ଯାଜପୁରର ବିକାଶ କରିବା ଯଦି ପାପ, ମୁଁ ହଜାରେ ପାପ କରିବି ବୋଲି ବବି କହିଛନ୍ତି ।