ନାଲ୍କୋର ସିଭିଓ ହେବେ ପ୍ରଣବଜ୍ୟୋତି
pranabjyotinath
ଭୁବନେଶ୍ୱର : ଦେଶର ଚର୍ଚ୍ଚିତ ଆଇଏଏସ ଅଫିସର ପ୍ରଣବଜ୍ୟୋତି ନାଥଙ୍କୁ ନାଲ୍କୋର ମୁଖ୍ୟ ଭିଜିଲାନ୍ସ ଅଫିସର ଭାବେ ନିଯୁକ୍ତ କରାଯାଇଛି । ତାଙ୍କୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ।
୨୦୦୫ର କେରଳ କ୍ୟାଡ଼ର ଆଇଏଏସ ଶ୍ରୀ ନାଥ ନିଜର ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । କେରଳ ସରକାରରେ ସେ ବହୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଆସାମର ଗୌହାଟୀରୁ ଆସିଥିବା ପ୍ରଣବଜ୍ୟୋତି ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଛନ୍ତି । ନାଲକୋର ସିଭିଓ ଭାବେ ନିଯୁକ୍ତି ପାଇବା ପୂର୍ବରୁ ତାଙ୍କୁ କେରଳର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଇତିମଧ୍ୟରେ ସେ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । କେରଳରେ ଉପନିର୍ବାଚନ ସରିବା ପରେ ଶ୍ରୀ ନାଥ ସମ୍ଭବତଃ ନାଲ୍କୋର ସିଭିଓ ଭାବେ କାର୍ଯ୍ୟରେ ଯୋଗଦେଇପାରନ୍ତି ।