ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ


ଦୁର୍ନୀତି ହଟାଇବା ପାଇଁ ଶପଥ ନେଲା କମିଶନରେଟ୍ ପୁଲିସ
 ଭୁବନେଶ୍ୱର, ୨୮ା୧୦ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସୋମବାର ଦିନ ଭୁବନେଶ୍ୱର ପୁଲିସ ସେବା ଭବନରେ ପାଳିତ ହୋଇଯାଇଛି । ଏହି ଶପଥ ଗ୍ରହଣ ଉତ୍ସବରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଡେପୁଟି ପୁଲିସ କମିଶନର ଉମାଶଙ୍କର ଦାସ, ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ପୁଲିସ ଅଫିସର ସାମିଲ ହୋଇ ରାଜ୍ୟରେ ହେଉଥିବା ଦୁର୍ନୀତିକୁ ରୋକ ଲଗାଇବା ପାଇଁ ଶପଥ ନେଇଥିଲେ ।
 ସୂଚନା ଯୋଗ୍ୟଯେ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଜୁନ୍‌ ୧୨ ତାରିଖରୁ ଅକ୍ଟୋବର ୨୬ ତାରିଖ ମଧ୍ୟରେ ୧୨୩ ଜଣଙ୍କ ବିରୋଧରେ ୮୮ଟି ମାମଲା ରୁଜୁ କରାଯାଇଛି  ।  ତନ୍ମଧ୍ୟରୁ  ୨୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୨ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ , ୫୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୭ ଜଣ ଅନ୍ୟ ଲୋକସେବକ ଏବଂ ୨୬ ଜଣ ସାଧାରଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି  । ସେହିଭଳି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ  ୭୭.୨୮ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ  ୪୬ ଜଣ ବ୍ୟକ୍ତିଙ୍କ ବିରୋଧରେ  ୨୬ଟି ମୋକଦ୍ଦମା ରୁଜୁ କରାଯାଇଛି  । ତନ୍ମଧ୍ୟରୁ ୧୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୬ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୬ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୨ ଜଣ ଅନ୍ୟ ଲୋକସେବକ ଏବଂ ୧୭ ଜଣ ସାଧାରଣ ବ୍ୟକ୍ତି ଅଟନ୍ତି  । ଏଡି ସମୟରେ ୫୪ ଜଣ ବ୍ୟକ୍ତିଙ୍କ ବିରୋଧରେ ୧୦.୫୨ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗରେ ୪୫ଟି ଫନ୍ଦି ମାମଲା ରୁୁଜୁ କରାଯାଇଛି । ତନ୍ମଧ୍ୟରୁ ୭ ଜଣ ପ୍ରଥମ ଶ୍ରେଣୀ  ଅଧିକାରୀ, ୫ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୩୫ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ,ଜଣେ ଅନ୍ୟ ଲୋକ ସେବକ ଏବଂ ୬ ଜଣ ସାଧାରଣ ବ୍ୟକ୍ତି ସଂପୃକ୍ତ ଅଛନ୍ତି  । ସେହିଭଳି ଅର୍ଥ ତୋଷାରପାତ ମାମଲାରେ ୫.୧୧ କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ୧୭ଟି ମୋକଦ୍ଦାମା ୨୩ ଜଣ ଲୋକସେବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି  ।  ତନ୍ମଧ୍ୟରୁ ୨ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ଜଣେ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୧୩ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୪ ଜଣଅନ୍ୟ ଲୋକସେବକ ଏବଂ ୩ ଜଣ ସାଧାରଣ କର୍ମଚାରୀ ।  ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି  । ଏହି ସମୟ ମଧ୍ୟରେ  ୭୭ ଟି ଭିଜିଲାନ୍ସ ମାମଲାରେ ତଦନ୍ତ ସମାପ୍ତି କରାଯାଇ ୧୮ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୮ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୫୭ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୩ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୯ ଜଣ ଲୋକସେବକ ଏବଂ ୫୧ ଜଣ ସାଧାରଣ ବ୍ୟକ୍ତିଙ୍କ ବିରୋଧରେ  ୬୨ଟି ମୋକଦ୍ଦାମା ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି  । ସେହିଭଳି ଏହି ସମୟ ମଧ୍ୟରେ  ୮୯ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ମୋକଦ୍ଦାମାରେ ଗିରଫ କରାଯାଇଛି । ସେମାନେ ହେଲେ ୨୨ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୪୧ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୨ ଜଣ ଅନ୍ୟ ଲୋକସେବକ ଏବଂ ୧୩ ଜଣ ସାଧାରଣ କର୍ମଚାରୀ ଅଛନ୍ତି  ।  ସେହିଭଳି ଅଦାଲତଙ୍କ ଦଣ୍ଡାାଦେଶ ପାଇଥିବା କର୍ମଚାରୀମାନେ ହେଲେଷ ଏହି  ସମୟ ମଧ୍ୟରେ  ୩୨ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ମୋକଦ୍ଦାମାରେ ସମୁଦାୟ ୪୦ଜଣ  ଦୋଷୀ ସାବ୍ୟସ୍ତ ହୋଇଛନ୍ତି  ।  ତନ୍ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୫ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୨୫ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ୩ ଜଣ ସାଧାରଣ କର୍ମଚାରୀ ଅଛନ୍ତି  ।  ବିଚାର ସରିବା ମାମଲାରେ ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ  । ସେହିଭଳି ଆୟ ବର୍ହିଭୂତ ସମ୍ପତ୍ତି  ମାମଲାରେ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ  । ସେହିଭଳି ଅନୁସନ୍ଧାନ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ୬୮ ଟି ଅନୁସନ୍ଧାନ ଆରମ୍ଭ କରାଯାଇଛି  । ତନ୍ମଧ୍ୟରୁ ୧୬ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୮ ଜଣ ଦ୍ୱିତୀୟ ଶ୍ରେଣୀ ଅଧିକାରୀ, ୪୬ ଜଣ ତୃତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି ।  ଅନ୍ୟ ୭ ଜଣ ଅନ୍ୟାନ୍ୟ ଲୋକସେବକ ଓ ୪ ଜଣ ସାଧାରଣ ବ୍ୟକ୍ତି ଅଛନ୍ତି । ୪୦ ଗୋଟି ଅନୁସନ୍ଧାନ ସମାପ୍ତି କରାଯାଇଛି  । ଯେଉଁଥିରୁ ୮ ଟି ଅନୁସନ୍ଧାନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗକୁ ଅବଗତ କରାଯାଇଛି । ୨୮ ଟି ଫୌଜଦାରୀ ମାମଲାରେ ରୂପାନ୍ତରିତ ହୋଇଛି ଏବଂ  ୪ଟି ପ୍ରକୃତ ପ୍ରମାଣ ଅଭାବରୁ ବନ୍ଦ କରି ଦିଆଯାଇଛି  । ଚାକିରିରୁ ବହିସ୍କୃତ ହୋଇଥିବା ଅଫିସର ଓ କର୍ମଚାରୀମାନେ ହେଲେ  ଭିଜିଲାନ୍ସ ଅଦାଲତଙ୍କ ଦଣ୍ଡାଦେଶ ଯୋଗୁଁ ୮ ଜଣ ଲୋକସେବକଙ୍କୁ ଚାକିରିରୁ ବହିସ୍କାର କରାଯାଇଛି  । ତନ୍ମଧ୍ୟରୁ ଜଣେ ଦ୍ୱିତୀୟ ଶ୍ରେଣୀ କର୍ମଚାାରୀ ଏବଂ ୭ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଅଛନ୍ତି  ।