ବଡ଼ ବୟାନ ଦେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ଦୀର୍ଘ ବର୍ଷ ରାଜ୍ୟରେ ଶାସନ ଦାୟିତ୍ୱରେ ରହିବା ପରେ ବିଜେଡି ଏବେ ବିରୋଧୀ ଆସନରେ ବସିିଛି । ନିର୍ବାଚନ ସରୁ ସରୁ ଏବେଠୁ ବିଜେଡି ତା’ର ରଣନୀତିରେ ପରିବର୍ତ୍ତନ କରିଛି ।  ବିଜେପିକୁ ଘେରିବାକୁ ସବୁବେଳେ ତୟାର ହୋଇ ରହିଛି ବିଜେଡି । ଏହି ଅବସରରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ବିଧାନସଭାରେ ଓଡ଼ିଶାର ସ୍ୱାର୍ଥକୁ ସାଲିସ କରାଯିବ ନାହିଁ ।  ଦିଲ୍ଲୀରେ ବିଜେଡି ସବୁବେଳେ ପ୍ରସଙ୍ଗ ଭିତ୍ତିକ ସମର୍ଥନ କରିଆସୁଥିଲା । ଓଡ଼ିଶାର ସ୍ୱାର୍ଥ ବାଧାପ୍ରାପ୍ତ ହେଲେ ଆମେ ବିରୋଧ କରୁ । ବିଧାନସଭାରେ ଓଡ଼ିଶାର ସ୍ୱାର୍ଥକୁ ସାଲିସ କରାଯିବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଅନ୍ୟପକ୍ଷରେ ଏବେ ନିଟ ପରୀକ୍ଷା ଅବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିଜେଡି ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବ ବୋଲି ସେ କହିଛନ୍ତି ।