ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ଼୍ରୋନ୍

ପୁରୀ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି । ମାତ୍ର ଏହାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ ନୀଳଚକ୍ର ଚତୁଃପାଶ୍ୱର୍ରେ ରବିବାର ପ୍ରତୁ୍ୟଷରେ ଏକ ଡ଼୍ରୋନ୍ ଉଡ଼ୁଥବା ଦେଖାଯାଇଥିଲା । ପୂର୍ବରୁ ଅନେକ ଥର ନୋ ଫ୍ଲାଇଂ ଜୋନ୍ରେ ଡ଼୍ରୋନ୍ କ୍ୟାମେରା ଉଡ଼ିଥିଲା ଏବଂ ଗତ ବର୍ଷ ଜଣେ ୟୁଟୁ୍ୟବର ଡ଼୍ରୋନ୍ ଉଡ଼ାଇ ଭିଡ଼ିଓ ଫଟୋ ଉତ୍ତୋଳନ କରିଥିଲେ । ୟୁଟୁ୍ୟବ୍ରଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଶ୍ରୀମନ୍ଦିର ଓ ଏହାର ୧୦୦ମିଟର ପରିଧିକୁ ନୋ ଫ୍ଲାଇ ଜୋନ୍ ଘୋଷଣା କରାଯାଇଥିଲା । ମାତ୍ର ଶ୍ରୀମନ୍ଦିର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ ଶନିବାର ଶ୍ରୀମନ୍ଦିର ଉପରେ ଡ଼୍ରୋନ୍ ଉଡ଼ିଛି । ଅଧଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଓ ଚାରିପଟେ ଉଡ଼ିଥିଲା ଡ଼୍ରୋନ୍ । ଶ୍ରୀମନ୍ଦିର ଉପରେ ଡ଼୍ରୋନ୍ଉଡ଼ିବା ଘଟଣାରେ ପୁରୀ ଏସ୍.ପି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରାଯାଇଛି । ୨ଟି ସ୍ୱତନ୍ତ୍ର ଟିମ୍ ତଦନ୍ତ କରୁଛନ୍ତି । ଖୁବ୍ଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।