ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଲୋକ ଅଦାଲତ
ମାଲକାନଗିରି : ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଦ୍ୱିତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଆଇନ ସେବା ପ୍ରାଧି କରଣର ନିଦେ୍ର୍ଦଶ କ୍ରମେ ଆଜି ତାଲୁକ ଓ ଜିଲ୍ଲା ଆଇନ ସେବା ପ୍ରାଧି କରଣ, ତାଲୁକ ସେବା ପ୍ରାଧି କରଣ ମୋଟୁ ଜେ ଏମଏଫ ସି, ମାଥ୍ଲେି ଜେ ଏମ ଏଫ ସି, କୁଡୁମୁଲୁଗୁମ୍ମା ଗ୍ରାମ ନ୍ୟାୟଳୟ, କୋରୁକୋଣ୍ଡା ଗ୍ରାମୟ ନ୍ୟାୟଳୟ, ମାଲକାନଗିରି ବିଚାରଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଲୋକ ଅଦାଲତରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାକରଣର ଅଧକ୍ଷ୍ୟ ଡାଃ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜଜ ଶାନ୍ତନୁ କୁମାର ଦାସ, ବରିଷ୍ଠ ଦେୱାନୀ ବିଚାରପତି ବିଜୟ କୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେୱାନୀ ବିଚାରପତି ସଂଗୀତା ପାତ୍ର, ଉପଖଣ୍ଡ ଦଣ୍ଡାକରି ପ୍ରତିମା ଗ୍ରାମ ନ୍ୟାକାରୀ ଦେବେନ୍ଦ୍ରନାଥ ବାଘ, ପ୍ରଥମ ଶ୍ରେଣୀ ଦଣ୍ଡାକରି, ମାଥୁଲି ପଦ୍ମଲା ମାଝି, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ, ପ୍ରଥମ ଶ୍ରେଣୀ ଦଣ୍ଡାକାରୀ, କୁଡୁମୁଲୁଗୁମ୍ମା ବିମଲ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦମାର ଫଇସଲା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୪୧୬୭ ଗୋଟି ମକଦ୍ଦମାର ଶୁଣାଣି କରାଯାଇ ମୋଟ ୩୫୧୮୩୨/- ଟଙ୍କା ଧାର୍ଯ୍ୟ କରଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ଜିଲ୍ଲା ଆଈନ ସେବା ପ୍ରାକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି, ସମସ୍ତ କୋର୍ଟର କର୍ମଚାରୀ ଓ ମାଲକାନଗିରି ଓ ମୋଟୁର ଓକିଲ ସଂଘର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟରେ ସମ୍ପୂର୍ଣ ସହଯୋଗ କରିଥିଲେ ।
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ କୋର୍ଟ ପରିସରରେ ଶନିବାର ଚଳିତ ବର୍ଷ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକସ୍ତରୀୟ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ସିଭିଲ ଜର୍ଜ ଇଶା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ଖଡ଼ିଆଳ ପ୍ରଥମ ଶ୍ରେଣୀ ବିଚାରପତି ତଥା ସିଭିଲ ଜର୍ଜ ଜୁନିଅର ଡିଭିଜନ ଜର୍ଜ ସୁଶ୍ରୀ ସମୀକ୍ଷା ସା, ଏବଂ ଖଡ଼ିଆଳ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଖଡ଼ିଆଳ ଏବଂ ଆଜାଦ ଚୌକ ଶାଖା, ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ ଏବଂ ଉକôଳ ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀ ଗଣ ଉପସ୍ଥିତରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଜାଦ ଚୌକ ତିନି ଗୋଟି ବ୍ୟାଙ୍କ ଋଣର ଫଇସଲା କରାଯାଇ ଋଣ ଖିଲାପକାରୀ ମାନଙ୍କ ଠାରୁ ୬ ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରାଯାଇଥିଲା ଏଥିସହ ଜେଏମଏଫସି କୋର୍ଟ ଗୋଟିଏ ପାରିବାରିକ ମାମଲା, ଦୁଇଗୋଟି ସିଭିଲ କେଶ ସହ ସାତଗୋଟି କ୍ରିମିନାଲ ମାମଲାର ଫଇସଲା କରାଯାଇଥିଲା । ଉକ୍ତ ଲୋକ ଅଦାଲତ ଆୟୋଜନ କରିବାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଓକିଲ ବିରଜା ସିଂ ଦଳପତି, ସରକାରୀ ଓକିଲ ଆଦିତ୍ୟ ମହାପାତ୍ର ଏବଂ ଆଇନଜିବୀ ଅକ୍ଷୟ ମେହେର ପ୍ରମୁଖ ଭୂମିକା ଗ୍ରହଣ କରି ସହଯୋଗ କରିଥିଲେ ।
ଆସିକା: ଆସିକା ତାଲୁକ ଆଇନସେବା ପ୍ରାଧିକାରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସିକା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣର ସଭାପତି ପ୍ରବୀର କୁମାର ଚୌଧୁରୀଙ୍କ ସଭାପତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟତମ ବିଚାର ପତି ସୌଦାମିନୀ ବିଶ୍ୱାଳ, ଝିଲ୍ଲୀକିନା ନାୟକ ଗୀତାଞ୍ଜଳି ନାଇଡୁ, ତ୍ରିପତି ଦାସ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ଦିନ ଧରି ବିଚାରଧୀନ ଧରି ରହିଥିବା ବିଭିନ୍ନ ମକଦ୍ଧମାର ସହଜ ଓ ଆପୋଷ ସମାଧାନ କରାଯାଇଥିଲା । ୦୨ ଗୋଟି ମନି ରିକୋବରୀ ମାମଲାରେ ୧୩ ଲକ୍ଷ ୫୬ ହଜାର ୭୨୧ ଟଙ୍କା, ୦୬ ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ ବାବଦକୁ ୩୪ ଲକ୍ଷ ୭୦ ହଜାର ଟଙ୍କା, ସିଭିଲ କେସ ବାବାଦକୁ ଏକ ଲକ୍ଷ ଟଙ୍କା ଆଦାୟ ହୋଇ ଥିବା ଜଣାପଡିଛି । ଏହିଭଳି ମୋଟ ୫୨ କେସ ଫଇସଲା ହୋଇ ମୋଟ ୪୯ ଲକ୍ଷ ୨୬ ହଜାର ୭୨୧ ଟଙ୍କା ଆଦାୟ ହୋଇଛି । ଏହି ଲୋକ ଅଦାଲତରେ ଆଇନଜୀବୀ ଅନନ୍ତ ନାରାୟଣ ପାତ୍ର, ପି. ଶିବ ଶଙ୍କର ପାତ୍ର, ସନ୍ତୋଷ ମିଶ୍ର, ଓକିଲ ସଙ୍ଘ ସଭାପତି ଅଜିତ ଚୌଧୁରୀ, ସମ୍ପାଦକ ନାରାୟଣ ମୁନି, ଉପ ସଭାପତି ଛବିଳ ରାମ ମିଶ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧକ୍ଷ ରାଘବ ନାହାକ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା, ରବୀନ୍ଦ ପାତ୍ର, ସରତେନ୍ଦୁ ପଣ୍ଡା, ସୂର୍ଯ୍ୟପ୍ରକାଶ ରାଓ, ପ୍ରତାପ ନାୟକ, ପ୍ରଭାତ ପାଢ଼ୀ,ସମେତ ଅନେକ ଆଇନଜୀବୀ ସହଯୋଗ କରିଥିଲେ ।
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି ତାଲୁକ ଆଇନ ସେବା ସମିତି ଅଧକ୍ଷା ତଥା ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ୮ଟି ବିବାଦମୁକ୍ତ ମାମଲା ସମାଧାନ କରାଯାଇ ୧ ଲକ୍ଷ ୯୮ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ ସହ ସହ ସହିତ ୮୭ ଟି ବିଚାରଧୀନ ମାମଲା ଫଇସଲା କରାଯାଇ ୭ ଲକ୍ଷ ୨୪ହଜାର ୫ ଶହ ୬୭ ଟଙ୍କା ଆଦାୟ କରାଯାଇଛି ଏଥି ସହିତ ମୋଟର ଦୁର୍ଘଟଣା ମାମଲାରେ ୨୫ଲକ୍ଷ ୧୦ ହଜାର ଟଙ୍କା ଆଦାୟ କରାଯାଇଛି । ଏହି ମାମଲାଗୁଡିକ ମଧ୍ୟରୁ ଫୋଜଦାରୀ, ଚେକ ବାଉନ୍ସ, ଦେୱାନୀ, ଜମି ଅଧିକରଣ ଓ ଅନ୍ୟାନ୍ୟ ମାମଲା ରହିଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଅତିରିକ୍ତ ଜିଲ୍ଲାଜଜ ବିଦ୍ୟାଧର ପୃଷ୍ଟିଙ୍କ ସହିତ ଆଡ଼ଭୋକେଟ ବିଦ୍ୟାଧର ଦାଶ ସିନିଅର ସିଭିଲ ଜଜ ସୁଶ୍ରୀ ସଂଗୀତା ମଲ୍ଲିକ ଆଡ଼ଭୋକେଟ ଅଭିରାମ କୁଣ୍ଡ,ଜେ. ଏମ. ଏଫ. ସି ବିଦୁତଲତା ପ୍ରଧାନଙ୍କ ସହିତ ଆଡ଼ଭୋକେଟ ଚିତ୍ତରଞ୍ଜନ ଦାଶ, ଜେ. ଏମ. ଏଫ ସି. ଡ଼ି.କେ. ବାଲକ୍ରୀଷନଙ୍କ ସହିତ ଆଡ଼ଭୋକେଟ ବିଶ୍ୱନାଥ ରାଉତ ପ୍ରମୁଖ ବେଞ୍ଚ ଆଡ଼ଭୋକେଟ ଓ ବରିଷ୍ଠ ଓକିଲ ଭବାନୀ ଶଙ୍କର ପଣ୍ଡା, ବିଜୟ କୁମାର ରାଉତ, ପ୍ରଫୁଲ୍ଲ କୁମାର ଦାଶ, ତାଲୁକ ଫ୍ରଣ୍ଟ ଅଫିସ ରିଟେନର-କମ ରିମାଣ୍ଡ ଆଡ୍ଭୋକେଟ ଧୀରେନ୍ଦ୍ରନାଥ ସାହୁ ଓ ଓକିଲ ସଂଘ ପୂର୍ବତନ ସଭାପତି ଆଇନୀଜୀବୀ ଭୀମସେନ ପ୍ରଧାନ ଓ ବିଜ୍ଞାନ ମିହିର ଜେନା, ପଟ୍ଟାମୁଣ୍ଡାଇ ଓକିଲ ସଂଘ ଉପସଭାପତି ସୁରେଶ କୁମାର ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର କୁମାର ଦାଶ, ସହସମ୍ପାଦକ ମନୋଜ କୁମାର ନାୟକ, ରାଜେନ୍ଦ୍ର ମିଶ୍ର ଲିଗାଲ ଏଡ଼ ର ସମସ୍ତ କର୍ମକର୍ତା ଅପର୍ଣା ସାମଲ, ମୋହନ ଦାଶ, ପି ଏଲ ଭି ସଭ୍ୟ ସଭ୍ୟା ବବିତା ମଳିକ, ବିଭୁତି ଭୂଷଣ ବେହେରା ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟର ୪ଟି କୋର୍ଟର ସମସ୍ତ କର୍ମକର୍ତା ବକୁଳ ଚନ୍ଦ୍ର ନାୟକ, ସୋମ୍ୟ ଶୁଭକାନ୍ତ ଷଡ଼ଙ୍ଗୀ, ନବେନ୍ଦୁ ତ୍ରିପାଠୀ, ଗଣନାଥ ତ୍ରିପାଠୀ, ଅକ୍ଷୟ କୁମାର ଲେଙ୍କା, ବିକ୍ରମ କୁମାର ସାମଲ, ଦେବାଶିଷ ମିଶ୍ର, ରାଜେନ୍ଦ୍ର ମୃମୁ ଓ ଚନ୍ଦ୍ର ଶେଖର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ।
କଣାସ: କଣାସ ବ୍ଲକରେ ପ୍ରତିଷ୍ଠିତ ଜେଏମ୍ଏଫ୍ସି କୋର୍ଟରେ ରଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ୨୦ଟି ଫୌଜଦାରୀ ମାମଲାର ବିଚାର ବିମର୍ଶ କରାଯାଇ ସମାଧାନ କରାଯାଇଛି । ବିଚାରପତିଭାବେ ଅନୁସମ ଦାସ, ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ନିଯୁକ୍ତ ପ୍ୟାନେଲ ଆଇନଜୀବୀ ଶୁଶାନ୍ତ କୁମାର ମହାନ୍ତ, କାର୍ଯ୍ୟରତ ପେସ୍କାର ଦିଲ୍ଲୀପ ତରାଇ, ଜ୍ୟୋତି ରଞନ ପାଢୀ, କଣାସ ଓକିଲ ସମ୍ପାଦକ ବିଶ୍ୱନାଥ ବେହେରା, ସରକାରୀ ଓକିଲ ବିକ୍ରମ ନାଥ ଓ ସମସ୍ତ ଆଇନଜୀବ ଉପସ୍ଥିତ ଥିଲେ ।