ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା
ମାଲକାନଗିରି: ରାଜ୍ୟ ସରକାର ଓ ଜିଲ୍ଲା ଶିକ୍ଷା ବିଭାଗର ନିଦେ୍ର୍ଦଶ କ୍ରମେ ଆଜି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏହି ପରୀକ୍ଷା କେନ୍ଦ୍ରରେ କୋରୁକୋଣ୍ଡା ବ୍ଲକ ଅଧିନସ୍ତ ବିଭିନ୍ନ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ମୋଟ ୧୩୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୭ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଉଥିବା ବେଳେ ୪୨ ଜଣ ଅନୁପସ୍ଥିତ ଥିଲେ । ସେହିପରି ନବମ ଶ୍ରେଣୀର ମୋଟ ୧୩୪ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୯୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୨ ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିଲେ ବୋଲି ମହିଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ପରୀକ୍ଷାର ତଦାରଖ କରିଥିଲେ । ଶାନ୍ତି ଶୃଙ୍ଖଳା ନିମନ୍ତେ ଏହି ପରୀକ୍ଷା କେନ୍ଦ୍ରରେ ପୋଲିସ ମୁତ୍ତୟନ କରାଯାଇଥିଲା ।