ସୁଧୁରିଲେନି ବାଲି ମାଫିଆ

ବ୍ରହ୍ମପୁରରୁ ହେମାଙ୍ଗ ପ୍ରସାଦ ରାଉଳ : ଗଞ୍ଜାମ ଜିଲ୍ଲାର ଚୋରା ବାଲି ବ୍ୟବସାୟ ପୁଣି ଖୁଲାମ ଖୁଲା ଚାଲିଛି । ଗତ ୨୦୨୩ ଅକ୍ଟୋବର ମାସରେ ବିଜେଡ଼ି ସରକାର ସମୟରେ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ସମେତ ଆଉ ଦୁଇଜଣଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଥିଲା । ନକଲି ୱାଇ-ଫର୍ମରେ ଏହି ମାଫିଆ ମାନେ ଚୋରାରେ ଜିଲ୍ଲା ସମେତ ଜିଲ୍ଲା ବାହାରକୁ ସହ ସହ ଗାଡ଼ି ବାଲି ଚାଲାଣ ହେଉଥିଲା । ଜେଲ ଯାଇବି ସମ୍ରାଟ ସୁଧୀରି ନାହାନ୍ତି । ସବୁକିଛି ଫିକ୍ସ ହେଲା ପରେ ପୁଣି ସକ୍ରିୟ ହୋଇ ଏବେ ପୁରୁଷୋତ୍ତମପୁର, ଶେରଗଡ଼, ହିଞ୍ଜିଳି, ଆସିକା ଓ ଧରାକୋଟ ଅଞ୍ଚଳରୁ ବିନା ୱାଇ ଫର୍ମରେ ଚୋରା ବାଲି ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପୁଳାପୁଳା ଟଙ୍କା ପାଇଁ ସାଜିଛନ୍ତି ଧୃତରାଷ୍ଟ । ସୂଚନା ଥାଉକି. ବାଲି ମାଫିଆ ମାନେ ଗିରଫ ହେବା ପରେ ଇଡି, ଆଇଟି ବିଭାଗ ପକ୍ଷରୁ ଘନ ଘନ ଚଢ଼ାଉ ହେଲା । ବାଲି ସମ୍ରାଟର କୋଟିକୋଟି କଳା ଟଙ୍କାର ଗୁମରର ପର୍ଦ୍ଦାଫାଶ ନହୋଇ ଏବେ ବି ନାଲି ଫିତା ତଳେ ରହି ଯାଇଛି । ବର୍ତ୍ତମାନ ରାଜ୍ୟରେ ନୂତନ ସରକାର ଗଞ୍ଜାମକୁ ସିଂହ ଭାଗ ଭାବେ ଖଣି ବିଭାଗ ମିଳିଛି । ସରକାରଙ୍କ ଓ ଅଦାଲତର ନିଦେ୍ର୍ଦଶ ନାମାକୁ ଫୁ କରି ଗଞ୍ଜାମ ଜିଲ୍ଲାରେ ଦିନ ଦିପହରେ ଫିଟନେସ ନଥିବା ଯାନବାହାନରେ ମଧ୍ୟ ଚୋରା ବାଲି ଚାଲାଣ ହେଉଛି । ନିର୍ବାଚିତ ପ୍ରତିନିଧିମାନଙ୍କ ଲେଖା ନଛିଡ଼ିବାରୁ ଖଣି ଓ ରାଜସ୍ୱ ପକ୍ଷରୁ ଜରିମାନା ଆଦାୟ କରିବା ନେଇ ଗାଙ୍ଗପୁର ଥାନାରେ କିଛି ଦିନ ତଳେ କିଛି ବାଲି ବୋଝଇ ଗାଡି ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାରେ ଅଫିସର ମାନଙ୍କୁ "ସାଇ ଲେନ୍ସ ପ୍ଲିଜ" ଯୋଗୁଁ ଅଦୃଶ୍ୟ ଶକ୍ତିର କମାଲ ଏବେ ଅନ୍ଧ-ମୂକ-ବଧିର ଖଣି, ରଜସ୍ୱ ଓ ପୋଲିସ ବିଭାଗ ବୋଲି ଚର୍ଚ୍ଚା ହେଲାଣି । ଏହି ଚୋରା ବାଲି ବ୍ୟବସାୟ ଏବେ ଏପରି ଚାଲିଛି । ସମ୍ରାଟକୁ ଏତେ ଆଶୀର୍ବାଦ କେମିତି ମୁଳୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଗୃହ ଖଣ୍ଡେ କରିବା ପାଇଁ ଆଉ ବାଲି ମିଳିବ ନାହିଁ । ଜିଲ୍ଲାର ବହୁ ନଦୀ ଗୁଡିକର ଗତି ବଦଳିବା ସହିତ ନିକଟରେ ଥିବା ସେତୁ ଗୁଡ଼ିକ ଭୁଶୁଡିବ ବୋଲି ପରିବେଶବିତ୍ତ ମାନେ ମତ ପ୍ରକାଶ କରୁଛନ୍ତି । ଆଗାମୀ ଦିନରେ ବାଲି ପାଇଁ କିଛି ମୁଣ୍ଡ ଗଡି ପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି । ପ୍ରଶାସନ ଗତ ଶାସନ କାଳରେ ଆଜ୍ଞାଧୀନ ଥିବା ବେଳେ ଏବେ ଶାସକ ଦଳର ଗୋଲାମ ପାଲଟି ଯାଇଛି ବୋଲି ଚର୍ଚ୍ଚା ହେଲାଣି । ଦେଖାଯାଉ କେତେ ଦିନ ପ୍ରଶାସନ ବାଲି, ମଦ, ଜମି ମାଫିଆ ମାନଙ୍କୁ ସୁରକ୍ଷା ଦେବ ତାହା ସମୟ କହିବ । ଗଞ୍ଜାମ ଜିଲ୍ଲା ଅଫିସର ମାନଙ୍କ ଅମାରବତୀ କହିଲେ କିଛିବି ଭୁଲ ହେବ ନାହିଁ ଏଠାରେ ବ୍ୟବସାୟୀ ମାନଙ୍କୁ ମାଫିଆ ବନାଉଛି ପ୍ରଶାସନ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଲାଣି ।