ଜାନୁଆରି ୧୦ରେ ପ୍ରେସ ଫୋରମର ବାର୍ଷିକୋତ୍ସବ

ବ୍ୟାସନଗର: ଆସନ୍ତାମାସ ୧୦ତାରିଖରେ ବ୍ୟାସନଗର ପ୍ରେସ ଫୋରମର ବାର୍ଷିକୋତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ, ଏନେଇ ପ୍ରସ୍ତୁତି ବୈଠକ ସଭାପତି ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ମଳୟ ମଲ୍ଲିକ ବାର୍ଷିକୋତ୍ସବ କାର୍ଯ୍ୟସୂଚି ଉପରେ ଆଲୋଚନା କରିଥିଲେ । ଅନୁଷ୍ଠିତ ଉତ୍ସବରେ ଚିକିତ୍ସକ, କ୍ରୀଡ଼ାବିତ, ଶିକ୍ଷାବିତ, ସଙ୍ଗଠକ, ସାମ୍ବାଦିକ, ସିନେ କଳାକାର, ଶିଳ୍ପ, ସମାଜସେବୀ ପ୍ରମୁଖ ବିଭାଗର ୧୦ଜଣ ପ୍ରତିଭାଙ୍କୁ ସମ୍ବନ୍ଧିତ କରାଯିବ । ଏନେଇ ମନୋନୟନ କମିଟିର ଦ୍ୱାରା ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉତ୍ସବ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ ଓଏଥିରେ କେଉଁ ଅତିଥିମାନେ ଯୋଗଦେବେ, ସେ ନେଇ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ, ଉପସଭାପତି ଦୟାନିଧି ନାୟକ, କାର୍ଯ୍ୟାଳୟ ସମ୍ପାଦକ ବାଇଧର ମାଝୀ, ସଦସ୍ୟ ଆଶୁତୋଷ ମିଶ୍ର, ସୁଶାନ୍ତ ଭୂୟାଁ, ମାନସ ଆଏଚ, ଦୀପକ ଦାସ, ପ୍ରଶାନ୍ତ ଗେଡି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।