ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଅବ୍ୟବସ୍ଥା ନାହାନ୍ତି କର୍ମଚାରୀ, ଲାଇବ୍ରେରୀ ସୁବିଧାରୁ ବଞ୍ଚିତ ଛାତ୍ରଛାତ୍ରୀ
ଚମ୍ପୁଆରୁ ସୁଶାନ୍ତ ମହାନ୍ତ : ଚମ୍ପୁଆ ଚନ୍ଦ୍ରଶେଖେର ମହାବିଦ୍ୟାଳୟ ଲାଇବ୍ରେରୀରେ ଯୁକ୍ତ ୩ ପାଠ୍ୟ ପୁସ୍ତକ ମିଳୁନଥିବାରୁ ଛାତ୍ରଛାତ୍ରୀମାନେ ଲାଇବ୍ରେରି ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ପରିଚିତ ଏହି ମହାବିଦ୍ୟାଳୟ କର୍ମଚାରୀ ଅଭାବ ସମସ୍ୟା ଲାଗିରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁବିଧା ତଥା ଶିକ୍ଷାର ଉନ୍ନତି ନିମନ୍ତେ ଲାଇବ୍ରେରୀରେ ପାଠ୍ୟ ପୁସ୍ତକ ନମିଳିବା ଅଭିଭାବକ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢାଇ ଦେଇଛି । ସୂଚନା ଅନୁସାରେ ୧୯୭୭ ମସିହାରେ ସ୍ଥାନିୟ ବୁଦ୍ଧିଜିବୀ ମାନଙ୍କ ପ୍ରଚେଷ୍ଠାରେ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଗଢିଉଠିଥିଲା । ସିମିତ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ବ ହୋଇଥିବା ଏହି ମହାବିଦ୍ୟାଳୟରେ ବର୍ତ୍ତମାନ ଯୁକ୍ତ ୩ କଳା ଓ ବିଜ୍ଞାନ ବିଭାଗରେ ୮ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଚମ୍ପୁଆ ଏକ ଆଦିବାସୀ ଅଧୂଷିତ ଅଞ୍ଚଳ ହୋଇଥିବା ବେଳେ ଏହି ମହାବିଦ୍ୟାଳୟରେ ଅଧାରୁ ଅଧିକ ଛାତ୍ରଛାତ୍ରୀ ଆଦୀବାସୀ ଶ୍ରେଣିର ଅଟନ୍ତି । ମାତ୍ର ଛାତ୍ରଛାତ୍ରୀଙ୍କ ପାଠପଢା ନିମନ୍ତେ ତଥା ଅଧିକ ମୂଲ୍ୟଦେଇ ପୁସ୍ତକ କିଣିପାରୁନଥିବା ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରି ମାଧ୍ୟମରେ ସୁବିଧା ଯୋଗ୍ାଇଦେବା ବ୍ୟବସ୍ଥା ରହିଛି । ହେଲେ ଲାଇବ୍ରେରିରେ ପୁସ୍ତକ ମିଳୁନଥିବା ବେଳେ ଛାତ୍ରଛାତ୍ରୀ ନିରାଶ ହେଉଛନ୍ତି । ଏନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର କରଙ୍କୁ ପଚାରିବାରୁ ଲାଇବ୍ରେରି ଦାୟିତ୍ୱରେ ଥିବା ଅଧ୍ୟାପକଙ୍କୁ ଡକାଇ ଘଟଣା ବିଷୟରେ ଆଲୋଚନା କରିଥିଲେ । ଏହାସହିତ କହିନ୍ତି ଯେ ନୂତନ ପୁସ୍ତକ କିଣା ହେବାପାଇଁ ପ୍ରସ୍ଥାବ ରହିଛି । ମାତ୍ର ନୂତନ ଶିକ୍ଷାନୀତି ଲାଗୁହେବାର ସମ୍ବାବନା ରହିଥିବାରୁ ପୁସ୍ତକ କିଣାରେ ବିଳମ୍ବ ହୋଇଛି । ଖୁବ ଶିଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।