ହାତୀପଲଙ୍କ ଉତ୍ପାତ, ଚିନ୍ତାରେ ଲୋକେ 


ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର, : ତେଲକୋଇ ରେଞ୍ଜ ଅନ୍ତର୍ଗତ ବେଣାମୁଣ୍ଡା ଗାଁରେ ହାତୀପଲଙ୍କ ଉତ୍ପାତ ଯୋଗୁଁ ଲୋକମାନେ ରାତି ଅନିଦ୍ରା ରହୁଛନ୍ତି । ୧୩ଟିକିଆ ହାତୀପଲ ଧାନ ଫସଲ ନଷ୍ଟ କରିବା ସହ ରାତି ହେଲେ ଗାଁରେ ପଶି ଘର ଭାଙ୍ଗି ଧାନ, ଚାଉଳ ଖାଉଛନ୍ତି । ରବିବାର ବିମ୍ବଳିତ ରାତିରେ ୧୩ ଟିକିଆ ହାତୀପଲ ହଠାତ୍ ପାତ୍ର ସାହି ଏବଂ ମୁଣ୍ଡାସାହିରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ପ୍ରଥମେ ପାତ୍ର ସାହିର ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିରେ ପଶି ଦଳି ମକଚି ନଷ୍ଟ କରିଥିଲେ । ଅଳ୍ପ ଦୂରରେ ରହୁଥିବା ରବିନ୍ଦ୍ରଙ୍କ ଘର କାନ୍ଥ ଭାଙ୍ଗି ଧାନ ଚାଉଳ ବସ୍ତା ଟେକି ନେଇ ଖାଇ ଦେଇଥିଲେ । ଜୀବନ ଭୟରେ ପରିବାର ଲୋକ ସେଠାରୁ ଦୌଡି ପଳାଇ ଯିବାକୁ ସକ୍ଷମ ହୋଇଥିଲେ । ଏହାପରେ ହାତୀପଲ ମୁଣ୍ଡାସାହିରେ ପଶି ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଦେବା ସହ ହାଣ୍ଡି ଡେକଚିକୁ ମଧ୍ୟ ଭାଙ୍ଗି ଦେଇଥିଲେ । ବନବିଭାଗ ପକ୍ଷରୁ ଘର ଭାଙ୍ଗିଥିବା ୨ପରିବାରକୁ ଘର ଭଙ୍ଗା ସହାୟତା ରାଶି ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ତେଲକୋଇ ବନପାଳ ମଳୟ ଜେନାଙ୍କ ସହ ଯୋଗାଯୋଗ କରିବାରୁ ୨ ପରିବାରକୁ ତୁରନ୍ତ ଆଂଶିକ ଘର ଭଙ୍ଗା ବାବଦ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ମହିଛନ୍ତି । ବ୍ୟାପକ ଜଙ୍ଗଲ କ୍ଷୟ ଏବଂ ହାତୀ ଚଲାପଥ ନଷ୍ଟ ହେଉଥିବାରୁ ହାତୀ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛି । କେନ୍ଦୁଝର ବନଖଣ୍ଡରେ ହାତୀକୁ ସୁରକ୍ଷା ଦେବାରେ ବନବିଭାଗ ଫେଲ ମାରିଛି । ଗତ ୩ବର୍ଷରେ ବିଭିନ୍ନ କାରଣରୁ ୩୭ଟି ହାତୀ ମୃତୁ୍ୟବରଣ କଲେଣି । ହାତୀ ମୃତୁ୍ୟ,ହାତୀ ଆକ୍ରମଣରେ ଧନଜୀବନ ଓ ଫସଲ ହାନୀ,ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତ ଘଟଣା ସବୁବେଳେ ଲାଗି ରହିଛି । ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କ ବସସ୍ଥଳୀ ନଷ୍ଟ ହେଉଛି । ଜଙ୍ଗଲରେ ଖାଦ୍ୟ ଅଭାବ କାରଣରୁ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି । ଏପରିକି ହାବୁଡରେ ପଡିଲେ ଲୋକ ମରୁଛନ୍ତି ।