ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଲେ ସରପଞ୍ଚ
ାା ପ୍ରଭାନୁ୍ୟଜ୍ ।ା ସାଉଥବଲଣ୍ଡା: ଅନୁଗୋଳ ଜିଲ୍ଲାପାଳ ଅବଦୁଲ ଏମ ଅଖତର ତାଳଚେର ବ୍ଲକ ଡ଼େରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନରେ ଆସି ପଞ୍ଚାୟତର ବିଭିନ୍ନ ସମସ୍ୟା ସଂପର୍କରେ ସରପଞ୍ଚ ଗୀତିଶ ପ୍ରଧାନଙ୍କ ଆଲୋଚନା କରିଥିଲେ । ଡ଼େରା ପଞ୍ଚାୟତ କାର୍ଯ୍ୟାଳୟଟି ସଙ୍କୁଚିତ ଓ ଏମସିଏଲ ନିକଟବର୍ତ୍ତୀ ହେବା ସହ ଏହି କାର୍ଯ୍ୟାଳୟକୁ ଦୂରଦୂରାନ୍ତରୁ ବୟସ୍କ ପୁରୁଷ ଓ ମହିଳା ଚାଲି ଆସିବା ସକ୍ଷମ ହେଉ ନାହାଁନ୍ତି । ଏଣୁ ଏହାକୁ ଡ଼େରା ଛକ ନିକଟରେ କରାଯିବା । ଯଦ୍ୱାରା ସମସ୍ତ ପଞ୍ଚାୟତବାସୀ ଆସି ଅଭିଯୋଗ କରିପାରିବେ ବୋଲି ସରପଞ୍ଚ । ପ୍ରଧାନ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପୁନଶ୍ଚ ଶ୍ରୀ ପ୍ରଧାନ କହିଥିଲେ ଯେ, ଗୁରୁଦ୍ୱାର ରାସ୍ତାରୁ ଜବରଦଖଲକାରୀଙ୍କୁ ହଟାଇବା, କଲ୍ୟାଣମଣ୍ଡପ ନିମନ୍ତେ ଜମି ପ୍ରଦାନ, କୋଇଲା ଖଣି ଗୁଡ଼ିକର କଳାପାଣି ଜମିକୁ ନଛାଡ଼ିବାକୁ ବ୍ୟବସ୍ଥା କରିବା, ସ୍କୁଲ ପାଖରେ ଥିବା ସରକାରୀ ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା, ଗ୍ରାମର ବେଲରଗଡ଼ା ସ୍ଥିତ ଜଙ୍ଗଲକୁ ସୁରକ୍ଷା ଦେବା ନେଇ ଚର୍ତୁପାର୍ଶ୍ୱରେ ପାଚେରୀ ନିର୍ମାଣ ଇତ୍ୟାଦି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ଓ ଜିଲ୍ଲାପାଳ ଶ୍ରୀ ଅଖତାର ଏହାକୁ ହୃଦୟଙ୍ଗମ କରିବା ସହ ଉପସ୍ଥିତ ଥିବା ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନାଙ୍କୁ ଏହାର ଆଶୁ ସମାଧାନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ଅବସରରେ ତାଳଚେର ବିଡିଓ ଚିନ୍ମୟୀ ଚେତନା ଦାସ, ବ୍ଲକ ଇଞ୍ଜିନିୟର, ପିଇଓ ସୁଭସ୍ମିତା ଗଡ଼ନାୟକ, ଏବିଇଓ ଦିବ୍ୟ ପ୍ରଭାସିନୀ ପ୍ରମୁଖ ଉପସ୍ଥିତ ଥିଲେ ।