ବଟି ମାଗି ୩ ଗିରଫ
ବୈଶିଙ୍ଗା,୨/ ୬- ବୈଶିଙ୍ଗା ଥାନା ଅନ୍ତର୍ଗତ ଶିଖରଖୁଣ୍ଟା ଗ୍ରାମରେ ରବିବାର ରାତି ନଅଟା ସମୟରେ ଏକ ଅପହରଣ ଉଦ୍ୟମ ପଣ୍ଡ କରିଦେଇଛନ୍ତି ଗ୍ରାମବାସୀ । ସୂଚନା ମୁତାବକ ନିକଟସ୍ଥ ମା ଲକ୍ଷ୍ମୀ ରାଇସ ମିଲ୍ରେ ଯଶିପୁର ଅଞ୍ଚଳର ରାଜୁ ମହାରଣା ଚାକିରି କରୁଥିବା ବେଳେ ଶିଖରଖୁଣ୍ଟା ଗ୍ରାମରେ ନିଳାମ୍ବର ମହାନ୍ତଙ୍କ ଘରେ ଭଡ଼ାରେ ରୁହନ୍ତି । ତେବେ କାଲି ରାତିରେ ୭ ଜଣ ଯୁବକ ଆସି ତାଙ୍କଠାରୁ ବଟି ଆଦାୟ ପାଇଁ ଧମକ ଚମକ ଦେଇଥିଲେ । ତେବେ ବଟି ଦେବାକୁ ସେ ଅକ୍ଷମତା ପ୍ରକାଶ କରିବାରୁ ତାଙ୍କୁ ସେମାନେ ଜୋରଜବରଦସ୍ତ ଅପହରଣ କରିନେଉଥିବା ବେଳେ ଗୃହମାଲିକ ନିଳାମ୍ବର ଡାକ ପକାଇଥିଲେ । ସଙ୍ଗେସଙ୍ଗେ ଗ୍ରାମବାସୀ ଠୁଳହୋଇ ଦୁର୍ବୃତ୍ତ ମାନଙ୍କୁ ମାଡ଼ି ବସିଥିଲେ । ସେମାନଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ସେଠୀ , ଧନଞ୍ଜୟ ସିଂ ଓ ଅର୍ଜୁନ ପଣ୍ଡିତ ଙ୍କୁ ଧରିଥିବା ବେଳେ ଅନ୍ୟ ଚାରିଜଣ ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ । ଖବରପାଇ ବୈଶିଙ୍ଗା ପୋଲିସ ଏସ ଆଇ ଅଶୋକ କୁମାର ପାତ୍ର ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତିନି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।