‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ
ବୁଗୁଡ଼ା : ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସ୍ଏମସି ସଭାନେତ୍ରୀ ରଞ୍ଜୁଲତା ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ମୁଖ୍ୟବକ୍ତା ଭାବେ ସିଆରସିସି ଶର୍ମିଷ୍ଠା ଜେନା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ଖାଡ଼ଙ୍ଗା ଯୋଗ ଦେଇ ଆମ ସଂସ୍କୃତି ଆମ ସଭ୍ୟତାର ବାହକ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଶିକ୍ଷଣୀୟ ସାମଗ୍ରୀ ସାଙ୍ଗକୁ ଶିଶୁଙ୍କ ଉପଯୋଗୀ ଖେଳନା , ପ୍ରକଳ୍ପ ଓ ଚିତ୍ରକଳା ଆଦି ପ୍ରଦର୍ଶିତ ହୋଇଥିଲା । ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ବେଳେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ପରିଶେଷରେ ଶିକ୍ଷୟିତ୍ରୀ ସ୍ୱାଗତିକା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।