କଅଁଳ ବୟସରେ ପିଠିରେ ଯନ୍ତ୍ରଣା ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ଶିଶୁ ସଞ୍ଜୀବ

କଅଁଳ ବୟସରେ ପିଠିରେ ଯନ୍ତ୍ରଣା ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ଶିଶୁ ସଞ୍ଜୀବ

ଦାନଗଦୀ: କଅଁଳ ବୟସରେ ପିଠିରେ ଯନ୍ତ୍ରଣା । ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ଶିଶୁ ସଂଜୀବ ପୂର୍ତ୍ତୀ । ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଅସହ୍ୟ ହେଲାଣି ଶିଶୁ ସଂଜୀବ ସୁସ୍ଥ ହେବା ପାଇଁ ଅର୍ଥ ସାଜିଛି ବାଧକ । 
ସୁନାର ସୁକିନ୍ଦା କଳିଙ୍ଗନଗର ଶିଳ୍ପନଗରୀରେ ଏକ ଗରିବଘରର ଆଦିବାସୀ ଶିଶୁ ସଂଜୀବ(୯) । ଘର ପାଖରେ ଥିବା ଖଣ୍ଡରା ଗାଁରେ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଇଛି ସତ କିନ୍ତୁ ବସ୍ତାନିରେ ଡୋରୀ ବାନ୍ଧିଛି ଶିଶୁ ସଂଜୀବ । ଯାଜପୁର ଜିଲା ଦାନଗଦୀ ବ୍ଲକ ଅନ୍ତର୍ଗତ ନଡ଼ିଆଭଙ୍ଗା ପଞ୍ଚାୟତର ଖଣ୍ଡରା ଗାଁ ରେ, ଏହି ଛୋଟ ଆଦିବାସୀ ବସ୍ତିରେ ରୁହନ୍ତି ସଂଜୀବ ସହ ତାଙ୍କ ପରିବାର । ପରିବାର କହିଲେ ବାପା ବାସୁ ପୂର୍ତୀ,ମା ଜେମା ପୂର୍ତୀ ଓ ଭାଇ ଓ ଜଣେ ଭଉଣୀ । ଶିଶୁ ସଂଜୀବର ବାପା କୁହନ୍ତି ମୋ ମଝିଆଁ ପୁଅ ସଂଜୀବ ହସ ଖୁସିରେ ପାଦରେ ଚାଲି ଚାଲି ଗାଁ ବିଦ୍ୟାଳୟକୁ ପ୍ରଥମ ଶ୍ରେଣୀରେ ପଢିବାକୁ ଯାଏ । କିଛି ମାସ ବିଦ୍ୟାଳୟ ଗଲା ପରେ ତା ପିଠିରେ କଣ ଗୋଟେ ଆବୁ ପରି ଉଠିଲା । ପାଖ ମେଡିକାଲକୁ ନେଇ ପୁଅକୁ ଦେଖାଇବା ପରେ କିଛି ଔଷଧ ଖାଇ ପୁଅର ଯନ୍ତ୍ରଣା କମିଗଲା । ତାର କିଛି ମାସ ପରେ ପିଠିରେ ପାଖରୁ ଧୀରେ ଧୀରେ ଫୁଲିବା ଆରମ୍ଭ ହେଲା । ଧୀରେ ଧୀରେ ଯନ୍ତ୍ରଣା ଆରମ୍ଭ ହେଲା । ଡାକ୍ତର କହିଲେ ହାଡ଼ ବଢୁଛି, ଭଲ ହେବା ପାଇଁ ଅପରେସନ ଦରକାର । ଗରିବ ବାପା ବାସୁ ନୀଳାଚଳ କାରଖାନାର ବିସ୍ଥାପିତ, ଚାକିରୀ ନାହିଁ, ଏବେ କାରଖାନା ଆଗରେ ଆନେ୍ଦାଳନରେ ବସିଛି । ନିଜର ରାସନ କାର୍ଡ ନାହିଁ କି ସ୍ୱାସ୍ଥ୍ୟ କାର୍ଡ ନାହିଁ । ଅନ୍ୟ ପଟେ ମଝିଆଁ ପୁଅ ସଂଜୀବର ଏଅବସ୍ଥା, ଆଜକୁ ଚାରି ବର୍ଷ ହେବ ଶିଶୁ ସଂଜୀବ ଏପରି କଷ୍ଟ ପାଇ ଆସୁଛି । ସେ କହିବା କଥା ପୁଅ ବର୍ତମାନ ରାତିରେ ଶୋଇ ପାରୁନି କି, ଚଲାବୁଲା କରିପାରୁନାହିଁ । ନଇଁ ନଇଁ ଚାଲୁଛି ଏମିତି କି ନିଜର ନିତ୍ୟ କର୍ମ ନିଜେ ଯନ୍ତ୍ରଣାରେ କରିପାରୁନାହିଁ । ମୋର ଯାହା ଟଙ୍କା ପଇସା ଥିଲା ପୁଅକୁ ମେଡିକାଲରେ ଦେଖାଇ ସରିଗଲାଣି । ଔଷଧ ଖାଇ ଟିକେ ଟିକେ ଆରାମ ହେଉଛି ପୁଣି ବଙ୍କା ହୋଇ ଯାଉଛି । ଯନ୍ତ୍ରଣା ହେଉଛି, ଗରିବ ପାଞ୍ଚ ପ୍ରାଣୀ ପରିବାର ପୋଷିବା କଷ୍ଟକର । ଦିନ ମଜୁରିଆ ଲୋକ ମୁଁ ମୋର ପୁଅକୁ ସରକାର ଟିକେ ଭଲ କରିଦିଅନ୍ତୁା ମୋ ପୁଅର ଯନ୍ତ୍ରଣା ଆଉ ଆମେ ଦେଖି ସହି ପାରୁନାହିଁ । ଯଦି ପ୍ରଶାସନ ଏ ଗରିବ ପରିବାରର ଏହି ଶିଶୁ ଟିକୁ ଅପରେସନ ଚିକିତ୍ସା ଯୋଗାଇ ଦିଅନ୍ତେ ତାହେଲେ ତା ମୁହଁରେ ହସ ଫୁଟି ପାରନ୍ତା ଓ ସେ ବିଦ୍ୟାଳୟ ଯାଇ ପାଠ ପଢି ପାରନ୍ତା ଶିଶୁ ସଂଜୀବ ଆଉ ନୁଆଁ ଜୀବନ ପାଇ ପାରନ୍ତା । ଯଦି କୌଣସି ସ ହୃଦୟ ବ୍ୟକ୍ତି କି ଅନୁଷ୍ଠାନ ଏହି ଶିଶୁଟିକୁ ସାହାଯ୍ୟ ସହଯୋଗ କରିବାକୁ ଚାହାଁନ୍ତି ତାହେଲେ ତାଙ୍କ ବ୍ୟାଙ୍କ ଠିକଣା ବ୍ୟାଙ୍କ ଅଫ ଇଣ୍ଡିଆ, ଡ଼ୁବୁରୀ ଶାଖା, ଆଇଏଫଏସସି :ବିକେଆଡି ୦୦୦୫୧୧୪, ଆକାଉଣ୍ଟନମ୍ବର ୫୧୧୪୧୮୨୧୦୦୦୦୯୫୨, ପିତା ବାସୁ ପୂର୍ତୀ ଠିକଣାରେ ପଠାଇବା ପାଇଁ ନିବେଦନ ।