ସମ୍ମାନିତ ହେବେ ଶିବ ନାରାୟଣ
ସମ୍ବଲପୁର: ସମ୍ବଲପୁର କଳକେନ୍ଦ୍ରର ସଭାକକ୍ଷରେ ସମ୍ବଲପୁର ନାଟ୍ୟକଳା ପରିଷଦର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ଡ.ଶିବନାରାୟଣ ଶତପଥୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବରେ ନାଟ୍ୟପ୍ରେମୀ ସୁଶାନ୍ତ କୁମାର ଗୁରୁ ଯୋଗଦେଇ କହିଥଲେ ଯେ ନାଟ୍ୟକଳା ପରିଷଦ ଭଳି ଏକ ଅନୁଷ୍ଠାନ ଏଭଳି ଦୀର୍ଘ ବର୍ଷ ଧରି ତିଷ୍ଠି ରହିବା ହିଁ ବଡକଥା । ଏଭଳି ଅନୁଷ୍ଠାନ ଗୁଡିକୁ ଆଗେଇ ନେବା ପାଇଁ ଯୁବପିଢୀ ସକ୍ରିୟ ହେବା ଉଚିତ । ସମ୍ପାଦକ ଡ.ସିଦ୍ଧାର୍ଥ ପଣ୍ଡା ସ୍ୱାଗତ ଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ବିରୂପାକ୍ଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମନୋରଞ୍ଜନ ପାଢୀ, କୃଷ୍ଣଚନ୍ଦ୍ର ମହାପାତ୍ର, ଭବାନୀଶଙ୍କର ଦାଶ, ବିପିନ ବିହାରୀ ଦାଶ, ଯୋଗେଶ ହୋତା, ଅପର୍ଣ୍ଣା ପାଢୀ, ସଂଯୁକ୍ତା ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଅନୁଷ୍ଠାନର ଅଗ୍ରଗତିକୁ ନେଇ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ,୧୭ ତାରିଖରେ ଆରଣ୍ୟକ ମଣ୍ଡପରେ ନାଟ୍ୟକଳା ପରିଷଦ ପକ୍ଷରୁ ବିରୂପାକ୍ଷ ପ୍ରଧାନଙ୍କ ରଚନା ଓ ନିଦେ୍ର୍ଦଶନାରେ ‘କଥାନୀ ଢଲତି ବେଲାର’ ଓ ପ୍ରଶାନ୍ତ ମହାରଣାଙ୍କ ନିଦେ୍ର୍ଦଶନାରେ ପ୍ରେମ ଜାନିଙ୍କ ଲିଖିତ ତାପସ ସାହୁଙ୍କ ଦ୍ୱାରା ଅନୁଦିତ ‘ଦିଗଦର୍ଶକ’ ପ୍ରଦର୍ଶିତ ହେବ ଏବଂ ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ସକ୍ରିୟ ସଦସ୍ୟ ଡ.ଶିବନାରାୟଣ ଶତପଥୀଙ୍କୁ ସମ୍ମାନିତ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ନାଟ୍ୟପ୍ରେମିମାନଙ୍କୁ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ନାଟ୍ୟକଳା ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି ।