ଜଳସେଚନ ପ୍ରକଳ୍ପ ଉଦ୍ଘାଟିତ

 ସମ୍ବଲପୁର : ନାବାର୍ଡର ଆର୍ଥୀକ ସହଯୋଗରେ, ଆଦର୍ଶ ଅନୁଷ୍ଠାନର ସଂଯୋଜନାରେ ନୂତନ ଜଳ ସେଚନ ପ୍ରକଳ୍ପ ନାକଟିଦେଉଳ ବ୍ଲକ୍ର ବଡବାହାଲ ଗ୍ରାମରେ ଉଦ୍ଘାଟିତ ହୋଇଛି  । ଏଥିରେ ନାବାର୍ଡ ଓଡିଶା କ୍ଷେତ୍ରୀୟ କାର୍ଯ୍ୟାଳୟ, ଭୁବନେଶ୍ୱରର ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଡ. ସମୀର ସାମନ୍ତରାୟ, ଉପ ମହାପ୍ରବନ୍ଧକ ନାବାର୍ଡ,  ଧୀରେନ୍ଦ୍ର କୁମାର ଦାଶ, ସହାୟକ ମହାପ୍ରବନ୍ଧକ, ନାବାର୍ଡ, ସମ୍ବଲପୁର, ପାଣିମୁରା ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ସାହୁ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ । ଆଦର୍ଶ ସ୍ୱଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ବେହେରା ମଂଚାସୀନ ଥିଲେ । ଗ୍ରାମବାସୀ ଜଳସେଚନ ପ୍ରକଳ୍ପ ଦ୍ୱାରା ବଗିଚା, ଜରୁରୀ ପରିସ୍ଥିତିରେ ଜଳ ଯୋଗାଣରେ କୃଷିର ବିକାଶ, ଶୌଚାଳୟ ବ୍ୟବହାର ଏବଂ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଜଳର ଉପଯୋଗୀତା ସମ୍ପର୍କରେ ନାବାର୍ଡ ମୁଖ୍ୟ ମହାପ୍ରବନ୍ଧକ ଆଲୋକପାତ କରିଥିଲେ । ରେଢାଖୋଲ ବ୍ଲକ୍ର ପର୍ଯ୍ୟଟନ ସ୍ଥଳୀ କନ୍ଧରା ଗ୍ରାମରେ ନାବାର୍ଡର ଆର୍ଥକ ସହାୟତାରେ ଏବଂ ଆଦର୍ଶ ଅନୁଷ୍ଠାନ ସହଯୋଗିତାରେ ଗଠିତ ଭୀମ ଭୋଇ ବୁଣାକାର କମ୍ପାନୀର ଗଠିତ ସାଧାରଣ ଉପଯୋଗୀତା କେନ୍ଦ୍ରକୁ ଡ. ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ଉଦଘାଟନ କରିଥିଲେ । ଏହି ଅବସରରେ ସମୀର ସାମନ୍ତରାୟ, ଉପ ମହାପ୍ରବନ୍ଧକ, ଧୀରେନ୍ଦ୍ର କୁମାର ଦାଶ, ସହାୟକ ମହାପ୍ରବନ୍ଧକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବୁଣାକାର କମ୍ପାନୀର ବୋର୍ଡ ସଦସ୍ୟ କୁନା ମେହେର, ସନ୍ତୋଷ ମେହେର, ସୁଜିତ୍ ମେହେର ଏବଂ ରୋହିତ ମେହେର ପ୍ରମୁଖ ସଂଯୋଜନା କରିଥିଲେ ।