ଚୋରା ମାଦକ ଦ୍ରବ୍ୟ ପେଣ୍ଠସ୍ଥଳୀ ପାଲଟିଛି ଯଖପୁରା  ପୁଲିସ ଓ ଅବକାରୀ ବିଭାଗ ନିରବ 


 ଦାନଗଦୀ,: ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମଟି ବହୁ ପୁରାତନ । ଏହି ଗାଁରେ ବହୁ ବିଜ୍ଞ, ଜ୍ଞାନୀ, ଗୁଣୀ ବିଶିଷ୍ଟ ବ୍ୟକ୍ତି ରହୁଥିବା ବେଳେ ଗାଁରେ ଆଧ୍ୟାତ୍ମିକ ପରିବେଶ ପାଇଁ ସବୁ ମନ୍ଦିର ମଧ୍ୟ ଅଛି । କଳିଙ୍ଗନଗର ଶିଳ୍ପାଞ୍ଚଳ ଆରମ୍ଭ ହେବା ପରେ ପରେ ଏହି ଗାଁ ଟିର ପରିବେଶ ଧିରେ ଧିରେ ନଷ୍ଟ ହେବାରେ ଲାଗିଛି । ଗାଁରେ କିଛି ଯୁବକ ନିଶା ରାକ୍ଷସ କବଳରେ କବଳିତ ହୋଇପଡ଼ିଛନ୍ତି । ଗାଁର ଯୁବକ ମାନଙ୍କୁ ହାତ ପାହାନ୍ତାରେ ମାଦକ ଦ୍ରବ୍ୟ ପହଞ୍ଚିଯାଉଛି । ଯାହା ବରିଷ୍ଠ ଏବଂ ମୂରବୀ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଶିକ୍ଷିତ ଯୁବ ସମାଜ ପଥ ଭ୍ରଷ୍ଟ ହେବାରେ ଲାଗିଛନ୍ତି । ଚୋରା ମଦ ବେପାରୀଙ୍କ ପାଇଁ କେତେ ବାପା, ମା ଙ୍କର ସୁନାର ସଂସାର ଭାଙ୍ଗି ଚୂନା ହେଇ ଯାଉଛି । ଯଖପୁରା ଗାଁ ହରେଇ ବସିଛି ତା'ର ଐତିହ ଆଉ ସୁନାମ । କଳୁଷିତ ରାଜନୀତି ଏହି ଐତିହ ସମ୍ପର୍ଣ୍ଣ ଗାଁ ଟିକୁ ବିକଳାଙ୍ଗ କରିଦେଇଛି ।
 ଭାଇଚାର ଅପହୃତ ଏଠାରେ । ସବୁଥାଇ ମଧ୍ୟ ଏଠାରେ କିଛି ନଥିଲା ଭଳି ଅନୁଭବ ହୁଏ ବୋଲି ଅନେକ ବୁଦ୍ଧିଜୀବୀ ମତବ୍ୟକ୍ତ କରନ୍ତି । ସବୁରି ମୂଳରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଭୂମିକା । ଯଖପୁରା ଗାଆଁର ୪/୫ ଜଣ ଯୁବକ ବ୍ରାଉନସୁଗାର ବେଧଡ଼କ ବିକ୍ରିକି ଚାଲିଛନ୍ତି । ଗାଁର ମହାପାଟ ସାହିର ଦୁଇଜଣ ମହିଳା ଓ ଉପର ସାହିର ଦୁଇ ଜଣ ମହିଳା ନିଜେ ଚୋରା ମଦ, ଗଞ୍ଜେଇ, ମହୁଲୀ ବ୍ୟବସାୟରେ ସାମିଲ କରିଥିବାର ସର୍ବସାଧାରଣରେ ଆଲୋଚନା ହେଉଛି । ଯଖପୁରା ଗାଆଁର ଅନେକ ଶିକ୍ଷିତ ଯୁବକ ଏମାନଙ୍କ ଜାଲରେ ପଡ଼ି ଅନେକ ସମୟରେ ପାରିବାରିକ ଅଶାନ୍ତି ସୃଷ୍ଟି କରୁଥିବାର ନଜିର ରହିଛି ।  ଗାଁ ଠାରୁ ଥାନା କିଛି ଦୂରରେ ଥିଲେ ବି ପୁଲିସ କାଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଅବକାରୀ ବିଭାଗ ପୁରାଚୁପ ହୋଇ ବସିଛି । ଅଭିଯୋଗ ହୁଲ ମାସିକିଆ ବଟି ନେଇ ପୁଲିସ ଓ ଅବକାରୀ ବିଭାଗ ମାଦକଦ୍ରବ୍ୟ କାରବାରକୁ ପ୍ରୋସôାହିତ କରୁଛି ।  ଚୋରା ମାଦକ ଦ୍ରବ୍ୟ ବେପାରୀଙ୍କୁ ଧରିବା ସହ ଗାଁରେ ସୁସ୍ଥ ବାତାବରଣ ଆଣିବା ଦିଗରେ ପୁଲିସ ପଦକ୍ଷେପ ନେବାକୁ ଦାବି ହେଉଛି ।