ସବୁଠି ପୂଜା ପାଇଲେ ବିଶ୍ୱବିନ୍ଧାଣୀ
ାା ପ୍ରଭାନୁ୍ୟଜ୍ ।ା ଆନନ୍ଦପୁର : ଆଜି ହେଉଛି ପବିତ୍ର ବିଶ୍ୱବିନ୍ଧାଣି ବିଶ୍ୱକର୍ମା ପୂଜା । ଏହି ଅବସରରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ପୂଜା ପାଇଛନ୍ତି ଦେବଶିଳ୍ପୀ । ଶାଳପଡା ଶିଳ୍ପ ତାଲିମ କେନ୍ଦ୍ର, ୱାଟକୋ, ଜନସ୍ୱାସ୍ଥ୍ୟ ବିଭାଗ, ବିଦୁ୍ୟତ ବିଭାଗ, ଟେଲିଫୋନ ବିଭାଗ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଦେବଶିଳ୍ପୀଙ୍କୁ ଆହ୍ୱାନ କରାଯାଇଥିଲା । ଅନ୍ୟପଟେ ବ୍ରିଜ ଛକ, ଶାଳପଡା ଅଟୋ ଚାଳକ ସଂଘ, ଆନନ୍ଦପୁର, ଘସିପୁରା, ପଦ୍ମପୁର, ଛେନାପଦୀ, ହାଟଡିହି, ଶୈଲଙ୍ଗ, ଗୋହିରାର ବିଭିନ୍ନ ଗ୍ୟାରେଜ ଏବଂ ପ୍ଲାଣ୍ଟ ମାନଙ୍କରେ ମଧ୍ୟ ଦ୍ୱିତୀୟ ବ୍ରହ୍ମା ଆକ୍ଷା ପାଇଥିବା ଦେବଶିଳ୍ପୀ ବିଶ୍ୱକର୍ମାଙ୍କୁ ଆରାଧନା କରାଯାଇଛି । ସେହିପରି ବିଭିନ୍ନ ପୂଜା ସ୍ଥାନ ନିକଟରେ ବାଇକ, ସ୍କୁଟି, ଟ୍ରକ, ବସ ଗୁଡିକ ଲମ୍ବା ଲାଇନ ଲଗାଇ ଗାଡି ମାଲିକ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ଦିନମାନ ବିଭିନ୍ନ ଅନୁଷ୍ଠାନରେ ବ୍ରାହ୍ମଣ ମାନଙ୍କ ବିଶ୍ୱ ବିନ୍ଧାଣୀ ବିଶ୍ୱକର୍ମାଙ୍କ ମନ୍ତ୍ର ଉଚ୍ଚାରଣ କରି ଆବାହନ କରାଯାଉଥିଲା । ସନ୍ଧ୍ୟା ସମୟରେ ଆଖପାଖ ଅଞ୍ଚଳରୁ ଭକ୍ତ ମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ବେଳେ ବେଶ ଭିଡ଼ ପରିଲକ୍ଷିତ ହୋଇଛି ।